Odisha news

ବଡଚଣାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଟାନରେ ୭୪ତମ ସ୍ୱାଧିନତା ଦିବସ ପାଳନ

0

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ଓଡ଼ିଶା ସରକାରୀଙ୍କ କରୋନା କଟକଣା ଆଇନ ମଧ୍ୟରେ ସାମାଜିକ ଦୁରତା ରକ୍ଷା ପୂର୍ବକ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବଡ଼ଚଣା ବ୍ଳକ କାର୍ଯ୍ୟାଳୟ ଠାରେ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି, ଦର୍ପଣ ତହସିଲଠାରେ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ଚଣ୍ଡିଖୋଲ କୋଟରେ ବରିଷ୍ଠ ବିଚାରପତି ବିଷ୍ଣୁପ୍ରସାଦ ମୀଶ୍ର, ବଡଚଣା ଥାନାରେ ଥାନା ଅଧିକାରୀ ପ୍ରିୟବ୍ରତ ରାଉତ, ଚଣ୍ଡିଖୋଲ ଫାଣ୍ଡିରେ ଫାଣ୍ଡି ଅଧିକାରୀ ଶୁଶୀଳ କୁମାର ନାୟକ, ଅଗ୍ନିଶ୍ରମ କେନ୍ଦ୍ରରେ ପ୍ରଭାକର ସାହୁ, ବରିଷ୍ଠ ନାଗରିକ ମଂଚରେ ସଭାପତି ଶେଷଦେବ ନାୟକ, ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ସାହୁ, ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିରେନ୍ଦ୍ର ମୀଶ୍ର, ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ପୃଷ୍ଟି, ଓଡ଼ିଶା କର୍ସର ମହାସଂଘ କାର୍ଯ୍ୟାଳୟ ଠାରେ ସଭାପତି ଚନ୍ଦନ କୁମାର ନାୟକ, ଦୀଲିପ ବଳ, ଚଣ୍ଡିଖୋଲ ପ୍ରେସକ୍ଳବ ଠାରେ ସଂପାଦକ ଦିଲିପ ମହାନ୍ତି, ବିଜେଡି କାର୍ଯ୍ୟାଲୟରେ ବ୍ଳକ ସଭାପତି ଅରବିନ୍ଦ ସାମଲ, ଟ୍ରକ ଆସୋସିଏସନରେ ସଭାପତି ସନ୍ତୋଷ ରାଉତ, ଚଣ୍ଡିଖୋଲ ଘରୋଇ ବସ୍ ମାଲିକ ସଂଘ ସଭାପତି ଅମରେନ୍ଦ୍ର ନାୟକ, ଧାନମଣ୍ଡଳ ବଜାର କମିଟି ଠାରେ ସଭାପତି ଦୀପକ ମିଶ୍ର, ସମାଜ ବିକାଶ କର୍ମଜୀବି ଶ୍ରମିକ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ନୁସିଂହ ଚରଣ ମିଶ୍ର, ସାଧାରଣ ସମ୍ପାଦକ ରମେଶ କୁମାର ଜେନା, ରାଜୀବ ମେମୋରିଆଲ କଲଚୁରାଲ ସେଂଟର ଠାରେ କଂଗ୍ରେସ ନେତାନୀଳକଣ୍ଠ ମିଶ୍ର, ସୁରେଶ ସାହାଣି, କଂଗ୍ରେସ କାର୍ଯ୍ୟାଳୟ ଠାରେ ବଡଚଣା କଂଗ୍ରେସ ନେତା ଅଜୟ ସାମାଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱ ପ୍ରକାଶ ସାମଲ,କଟକ ଡ଼ାଳିଯୋଡ଼ା ବନଖଣ୍ଡ କାର୍ଯ୍ୟାଳୟ ଠାରେ ବନପାଳ ଶଶିଭୁଷଣ ବେହେରା, ସୁଙ୍ଗୁଡା ପଂଚାୟତ କାର୍ଯ୍ୟାଲୟରେ ସରପଂଚ ଚାଚାଲିନି ସ୍ୱାଇଁ, ଭୁଷଣ୍ଡପୁର ପଂଚାୟତ କାର୍ଯ୍ୟାଲୟରେ ସରପଂଚ ଯଯାତି କେଶରୀ ରାଉତ, ଗଣପତି ଜ୍ଞାନମନ୍ଦିର ଠାରେ ପ୍ରଦାନ ଶିକ୍ଷକ ଚନ୍ଦ୍ରମଣୀ ସାମଲ ପତକା ଉତୋଳନ କରିଥିଲେ । ସେହିପରି ବିଭିନ୍ନ ପଂଚାୟତ କାଯ୍ୟଅର୍ଳୟ୍ନ ସ୍କୁଲ, କଲେଜ, ଅସ୍ଥାୟୀ ବ୍ୟବସାୟୀ ସଂଘ ସଂପାଦକ ସଂଜୟ କୁମାର ସ୍ୱାଇଁ ଓ ସରକାରୀ, ବେସରକାରୀ ଅନୁଷ୍ଠାନରେ ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା ।

IEC 2 years
Leave A Reply