ଚଣ୍ଡିଖୋଲ/ଛତିଆ ୨୭/୨ : କଟକ ବନଖଣ୍ଡ ଅଧିନସ୍ତ ଡାଳିଯୋଡା ବନାଞ୍ଚଳ ଅଧୀନରେ ଥିବା ଧନିଆ ପାହାଡ ଓ ତାର ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ଓ ଗ୍ରାମାଞ୍ଚଳରେ ଜଙ୍ଗଲ ସୁରକ୍ଷା ପାଇଁ ବୈରୀ ବନାଞ୍ଚଳ ପକ୍ଷରୁ ସୋମବାର ଦିନ ଏକ ଜଙ୍ଗଲ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା! ଏହି କାର୍ଯ୍ୟକ୍ରମରେ ବୈରୀ ବାନାଞ୍ଚଳର ବନପାଳ ମାଣିକ ମୁଣ୍ଡା, ସୋଲୋର ଜରାଶ୍ରମର ସଭାପତି ସୁରେଶ କୁମାର ବିଶ୍ବାଳ, ସୋଲର ପଞ୍ଚାୟତର ପୂର୍ବତନ ସରପଂଚ ନୀଳମଣି ରାଉତ,ନିଉ ଲାଇଫ ଅନୁଷ୍ଠାନର ସଭ୍ୟ ଓ ଛତିଆ ସରକାରୀ ଡ୍ରାଇଭିଙ୍ଗ ଟ୍ରେନିଂ ସେଣ୍ଟର୍ରର କର୍ମଚାରୀ ମାନେ ଯୋଗଦେଇଥିଲେ!ସ୍ଥାନୀୟ ବୁଦ୍ଧିଜୀବୀ, ଜଙ୍ଗଲ ପ୍ରେମୀଙ୍କ ସହ ଡ୍ରାଇଭିଙ୍ଗ ଟ୍ରେନିଂ ସେଣ୍ଟର୍ରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ମାନେ ଏହି ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ! ଏହି ପଦଯାତ୍ରା ସେବକ ଜରାଶ୍ରମରୁ ବାହାରି ଛତିଆ ଅଞ୍ଚଳ ପରିକ୍ରମା କରିଥିଲା!