Odisha news

ବେଳାଣପୁରା ବାତ୍ୟା ଆଶ୍ରୟସ୍ଥଳୀରେ ବୈଶିଙ୍ଗା ପୁଲିସ ସମିତି ବୈଠକ ଅନୁଷ୍ଠିତ

0

ବେତନଟୀ : ପୁଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ଉଚିତ ସମନ୍ଵୟ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ଥାନା ଅଧୀନରେ ପୁଲିସ  ସମିତି ବୈଠକ ଅନୁଷ୍ଠିତ ହୋଇଆସୁଅଛି। ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ଵରେ ଉକ୍ତ ବୈଠକଟି ସୋମବାର ଅପରାହ୍ନ ସମୟରେ ଥାନା ପରିବର୍ତ୍ତେ ପାଟଳିପୁରା ପଞ୍ଚାୟତରେ ଥିବା ବେଲାଣପୁର ବାତ୍ୟା ଆଶ୍ରୟ ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ  ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ପଞ୍ଚାୟତରୁ ପାଖାପାଖି ୬୦ ରୁ ଉର୍ଦ୍ଧ୍ଵ ସଦସ୍ୟ ଯୋଗଦାନ କରିଥିଲେ। ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଥାନାଧିକାରୀଙ୍କୁ ଅବଗତ କରାଇଥିଲେ। ମୂଖ୍ୟତଃ ମାଦକଦ୍ରବ୍ୟର ବ୍ୟବହାର ଉପରେ ରୋକ ଲଗାଇବା, ଛକ ଜାଗା ମାନଙ୍କରେ ଆଲୋକିକରଣ ର ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ପୁଲିସ ପେଟ୍ରୋଲିଂକୁ ବ୍ୟାପକ କରିବା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସବୁ ବିଷୟ ଗୁଡ଼ିକକୁ ନେଇ ପଞ୍ଚାୟତ ସ୍ତରରେ ବିଭିନ୍ନ ସଚେତନତା ଅବଲମ୍ଭୀ କାର୍ଯ୍ୟକ୍ରମ କରାଯିବା ପାଇଁ କିଛି ସଦସ୍ୟ ମତାମତ ଦେଇଥିଲେ। ଏଥିରେ ବୈଶିଙ୍ଗା ଥାନାର ଏସଆଇ ଲକ୍ଷ୍ମଣ ମୁର୍ମୁ, ଏଏସଆଇ ପ୍ରଦୀପ କୁମାର ରାଉତ, ମାଣତ୍ରୀ ଫାଣ୍ଡି ଅଧିକାରୀ ଏଏସଆଇ ପ୍ରକାଶ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ଏବଂ  ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ, ସାମ୍ବାଦିକ, ସ୍ୱେଚ୍ଛାସେବୀ, ଆଇନଜୀବୀ, ଶିକ୍ଷକ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ତଥା ସମାଜସେବୀ ସନ୍ତୋଷ କୁମାର ଖଣ୍ଡା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଏତେ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିବାରୁ ଥାନାଧିକାରୀ ଶ୍ରୀଯୁକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Govt
Leave A Reply