ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ବିଭିନ୍ନ ଦାରିଦ୍ର୍ୟ ଦୁରିକରଣ ଯୋଜନାରେ ଦୁର୍ନୀତିକୁ ନେଇ ଡଜନ ଡଜନ ଅଭିଯୋଗ ଗଦାହୋଇ ରହିଥିଲା ବେଳେ ଏବେ ଉକ୍ତ ବ୍ଳକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ସିଡିପୀଓ)ରେ ଆଖିବୁଯା ଦୁର୍ନୀତି ଚାଲିଥିବା ଲୋକଲୋଚନକୁ ଆସିଛି! ଏହି ଅଭିଯୋଗ ଅନ୍ୟକେହି ନୁହେଁ ଖୋଦ ବ୍ଳକର ଅଙ୍ଗନବାଡି କର୍ମୀମାନେ କରିଥିବାରୁ ଏହା ଆଲୋଚନାର ବିଷୟ ପାଲଟିଛି! ଏହି କାର୍ଯ୍ୟାଳୟରେ ଅବସ୍ଥାପିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ)ଙ୍କ ବିରୁଦ୍ଧରେ ଅଙ୍ଗଡବାଡି ପିଲାଙ୍କ ପାଇଁ କିଟ କିଣା,ପୋଷାକ କିଣାଠାରୁ ଆରମ୍ଭକରି ବିଭିନ୍ନ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ହୋଇ ଆସିଥିଲା ବେଳେ ଏବେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଗ୍ୟାସ କ୍ରୟନେଇ ସଙ୍ଗିନ ଅଭିଯୋଗ ହୋଇଛି!
ସିଡିପିଓ ନିଜର ସ୍ୱାର୍ଥ ହାସଲ ପାଇଁ ସରକାରୀ ନିୟମକୁ ଭୃକ୍ଷେପ ନକରି ଏକ ନିର୍ଦ୍ଦିଷ୍ଟ ଏଜେନ୍ସିରୁ ଗ୍ୟାସ ଓ ସରଞ୍ଜାମ କିଣିବା ପାଇଁ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟ କରିବା ଘଟଣା ତାଙ୍କ ଦୁର୍ନୀତିକୁ ପଦାରେ ପକାଇଛି!ଯାହାକୁନେଇ ସମଗ୍ର ବ୍ଳକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଏହା ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି!ଫଳ ସ୍ୱରୂପ ଅଙ୍ଗନବାଡି କର୍ମୀ ମାନେ ସିଡିପିଓ-୧ ଭଗବତୀ ଗୁରୁଙ୍କ ବଦଳି ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ବ୍ଳକ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଧାଳଣା ଦେଇଥିବା ଦେଖାଯାଉଛି! ଧାରଣାରତ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁଯାଇ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ପାଇଁ ଗ୍ୟାସ କ୍ରୟ ବାବଦରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କୁ ୭ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଈଛି! ଏହି ଟଙ୍କା ସିଧାସଳଖ ଅଙ୍ଗନବାଡି କେନ୍ଦ୍ର କର୍ମୀଙ୍କ ଜମାଖାତାକୁ ଆସିଛି! ଗତ ଏକମାସ ହେବ ଏହିଟଙ୍କା ଆସିବା ପରେ ଚଳିତ ମାସ ୧୦ ତାରିଖ ମଧ୍ୟରେ ସମସ୍ତେ ଗ୍ୟାସ କ୍ରୟକରି ରୋଷେଇ ଆଳମ୍ଭ କରିବାକୁ ସୀଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମାନେ ଅଙ୍ଗନବାଡି କର୍ମୀ ମାନଙ୍କୁ ସୂଚନା ଦେଇଥିଲେ!ଏହି ସୂଚନା ଆଧାରରେ ବ୍ଳକର ପ୍ରାୟ ସମସ୍ତ ଅଙ୍ଗନବାଡି କର୍ମୀ ପାଖ ଗ୍ୟାସ ଏଜେନ୍ସିରୁ ଗ୍ୟାସ ଓ ସରଞ୍ଜାମ କ୍ରୟକରି ରୋଷେଇ ଆରମ୍ଭ କରିଥିଲେ! ହେଲେ ସୁପରଭାଇଜରଙ୍କ କଥା ଅନୁଯାଇ ଅଙ୍ଗନବାଡି କର୍ମୀ ମାନେ ଗ୍ୟାସ କ୍ରୟ କରିସାରିବା ପରେ ପରବର୍ତ୍ତୀ ସମୟରେ ସିଡିପିଓ ଏକ ନିର୍ଦ୍ଦିଷ୍ଟ ଏଜେନ୍ସିରୁ ସମସ୍ତ ଅଙ୍ଗନବାଡି କର୍ମୀ ଗ୍ୟାସ କ୍ରୟ କରିିିବାକୁ ନିର୍ଦ୍ଦେଶ ଦେବାସହ ପୂର୍ବରୁ କ୍ରୟ କରିଥିବା ଗ୍ୟାସକୁ ଫେରାଇ ଉକ୍ତ ନିରଧିଷ୍ଟ ଏଜେନ୍ସିରୁ ଗ୍ୟାସ କିଣିବା ପରେ ତାଙ୍କୁ ଜଣାଇବାକୁ କହିଥିଲେ ଓ ଏଥିନେଇ ସମସ୍ତଙ୍କ ଉପରେ ଚାପ ପକାଇଥିଲେ!
ଏକ ନିର୍ଦ୍ଦିଷ୍ଟ ଏଜେନ୍ସିରୁ ଗ୍ୟାସ କ୍ରୟ ପାଇଁ ସରକାରଙ୍କ ନିର୍ଦ୍ଦେଶ ନଥିବାବେଳେ ଆପଣ କାହିଁକି ଆମ ଉପରେ ଚାପ ପକାଉଛନ୍ତି ଓ ଏହାାର କାରଣ କଣ ବୋଲି କେତେକ ଅଙ୍ଗନବାଡି କର୍ମୀ ସିଡିପିଓଙ୍କୁ ପଚାରିବାରୂ ସପୃକ୍ତ ସିଡିପିଓ ଭଗବତୀ ଗୁରୁ ସେମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ କେତେକ ବାହାର ଲୋକଙ୍କ ଦ୍ୱାରା ଅଙ୍ଗନବାଡି କର୍ମୀ ମାନଙ୍କୁ ଧମକ ଚମକ ଦେଇଥିଲେ! ଯାହାକୁନେଇ ବ୍ଳକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା! ପ୍ରତିବିଦରେ ସମସ୍ତ ଅଙ୍ଗନବାଡି କର୍ମୀ ସଙ୍ଘବଦ୍ଧ ହୋଇ ବ୍ଳକ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ସିଡିପିଓଙ୍କ ତୁରନ୍ତ ବଦଳି ଦାବିକରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରି ତାଙ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀକରିଥିଲେ! ଦୀର୍ଘ ସମୟ ଧରି ଧାରଣା।ଚାଲୀଥିଲେ ମଧ୍ୟ ସିଡିପିଓ ଘଟଣା ସ୍ଥଳକୁ ନଆସି ବ୍ଳକ ମିଶନ ଶକ୍ତି ସଭାନେତ୍ରୀଙ୍କୁ ଘଟଣା ସ୍ଥଳକୁ ପଠାଇ ଧାରଣାକାରୀଙ୍କୁ ବୁଝାଇବାକୁ କହିଥିଲେ ! ହେଲେ ଶିଶୁ ବିକାଶ ଯୋଜନା ସହ ମିଶନ ଶକ୍ତି ସଭାନେତ୍ରୀଙ୍କ କୌଣସି ସପୃକ୍ତି ନଥିବାରୁ ଧାରଣାରତ ଅଙ୍ଗନବାଡି କର୍ମୀମାନେ ତାଙ୍କସହ କୌଣସି ଆଲୋଚନା କରିନଥିଲେ! ଶେଷରେ ବାଧ୍ୟହୋଇ ସପୃକ୍ତ ସିଡିପିଓ ଘଟଣା ସ୍ଥଳକୁ ଆସି ଆସନ୍ତା କାଲି ଏ ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସହ ଆଲୋଚନାକରି ଶିଧ୍ୟାନ୍ତ ନିଆଯିବ ବୋଲି କହିବା ପରେ ଅଙ୍ଗନବାଡି କର୍ମୀ ମାନେ ସାମୁହିକ ଭାବେ ଧାଳଣା ସ୍ଥଗିତ ରଖିଥିବାକୁ ଘୋଷଣା କରିଥିଲେ! ହେଲେ ସିଡିପିଓଙ୍କ ବଦଳି ଓ ତାଙ୍କ ବିରୁଦ୍ଧରେ ଥିବା ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଯାରୀ ଳହିବ ବୋଲି ଘୋଷଣା କରିଥିଲେ! ବଡଚଣା ବ୍ଳକରେ ଏହି ଘଟଣାକୁ ନେଇ ସାଧାରଣରେ ଆଲୋଚନା ଯୋର ଧରିଛି!
