Odisha news

ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସରକାରୀ ଯୋଜନା ବାଟବଣା

0

ହିଞ୍ଜିଳିକାଟୁ ତା 19/10 – ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ, ସୁଲଭ, ନିରାପଦ ରହଣୀ ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରାବାସ ନିର୍ମାଣ କରିଛନ୍ତି l  କିନ୍ତୁ ଏହାର ଦୁରୁପଯୋଗ  ଦେଖିବାକୁ ମିଳିଛି,ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ I ଅବ୍ୟବହୃତ ଛାତ୍ରୀନିବାସ ପାଲଟିଛି  ଅଣଛାତ୍ର ଓ  ନିଶାଖୋରଙ୍କ  ଆଡ୍ଡାସ୍ଥଳୀ। ୨୦୧୦ ମସିହାରେ ୟୁଜିସି ଅନୁଦାନ ଦ୍ୱାରା  ନିର୍ମିତ  ଛାତ୍ରୀନିବାସ ଏବଂ ୨୦୦୪ ମସିହାରେ ନିର୍ମିତ ଆଦିବାସୀ ଓ ହରିଜନ ଛାତ୍ରାବାସ ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ଏବେ ଭୁତକୋଠି ପାଲଟି ସାରିଲାଣି । ଏହି କଲେଜରେ ଗଞ୍ଜାମ ଜିଲ୍ଲାର ଏକ ନାମ କରା ମହାବିଦ୍ୟାଳୟ l ଗଞ୍ଜାମ ଜ଼ିଲ୍ଲା  ସମେତ ପଡୋଶୀ ଜିଲ୍ଲାର ବହୁ ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଏହି ମହାବିଦ୍ୟାଳୟ ଉପରେ  ନିର୍ଭର କରିଆସୁଛନ୍ତି l କିନ୍ତୁ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏଠି ଛାତ୍ରାବାସ ଖାଲି ରହୁଛି  l ହଜାର ହଜାର ଟଙ୍କାର ମାସିକ ଭଡା ଦେଇ ଘରୋଇ ଘର ଭଡା ସୂତ୍ରରେ ନେଇ ଛାତ୍ରଛାତ୍ରୀ ବାହାରେ ରହିବା ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ଅସଲି ମୁଖା ଖୋଲିଦେଇଛି l  ଅନ୍ୟ ପକ୍ଷରେ  ମହାବିଦ୍ୟାଳୟର ସେହି ଛାତ୍ରାବାସ ଆସାମାଜିକଙ୍କ ଅଡ୍ଡା ସ୍ଥଳ ପାଲିଟିଛି  l ଅଭିଯୋଗର  ଅନୁସନ୍ଧାନ ବେଳେ ସେଠି ସିଗାରେଟ  ଖୋଳ ଓ ଭଙ୍ଗା ମଦବୋତଲ ବର୍ତ୍ତମାନ ଏହି କୋଠ ଗୁଡ଼ିକର ଶୋଭା ମଣ୍ଡନ କରୁଥିବା ନଜରକୁ ଆସିଥିଲା । ବାରମ୍ବାର ଅଭିଯୋଗ ପରେ କର୍ତ୍ତୃପକ୍ଷ କିଛି ମାସ ତଳେ ଅନଧିକାର ପ୍ରବେଶକୁ ରୋକିଥିଲେ। କିନ୍ତୁ ଛାତ୍ରାବାସ କାର୍ଯ୍ୟକ୍ଷମ ନ ହେବା ଓ ସ୍ଥାୟୀ ପ୍ରତିକାରର ଅଭାବ ଯୋଗୁଁ ଏବେ  ମଧ୍ୟ  ମଦ୍ୟପ  ଓ  ଅଣଛାତ୍ର ଅବାଧରେ  ସେଠାରେ ଆସର ଜମାଉଥିବାର ଦେଖିଶୁଣୀ ଆଲୋଚନା ହେଉଛି  l ।ତେବେ ୟୁଜିସି ଅନୁଦାନରେ ନିର୍ମିତ ଏହି ଛାତ୍ରୀନିବାସ କାର୍ଯ୍ୟକ୍ଷମ ନହେବା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀ ମାନଙ୍କୁ ଅଧିକ ଟଙ୍କା ଦେଇ ବାହାରେ ଘର ଭଡା ନେଇ ରହିବାକୁ ପଡୁଛି।ତେବେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଖୁବଶୀଘ୍ର ଜ୍ଞାନପଟ୍ଟନାୟକ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବ ବୋଲି କଲେଜ ଅଧ୍ୟକ୍ଷା ଡ଼. ସ୍ୱସ୍ତିକା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଓ ସରକାରୀ ଲକ୍ଷ୍ୟ ପୂରଣ ପାଇଁ ଅଧ୍ୟକ୍ଷlଙ୍କ ପ୍ରତିଶୃତି କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ସମୟ କହିବ l

IEC 2 years
Leave A Reply