ଚଣ୍ଡିଖୋଲ : ଧର୍ମଶାଳାବ୍ଲକ ରାଇଛନ୍ଦା ପଂଚାୟତରେ ଗଙ୍ଗୁଆ ନାଳ ଉପରେ ନିର୍ମାଣଧୀନ ଏକ ପୋଲ ଫାଟି ଆଁ କରିଥିବା ବେଳେ ବିଭାଗୀୟ କର୍ତୃପକ୍ଷ ଚୁପ୍ହୋଇ ବସିଛନ୍ତି । ସୂଚନା ମୁତାବକ ୫୩ ନମ୍ବର ଜାତୀୟ ରାଜପଥର କନ୍ତପଡା ଛକଠାରୁ ତୋଟାସାହି ଗାଁ ପର୍ଯ୍ୟନ୍ତ ଯାଇଥିବା ଆରଡି ରାସ୍ତାରେ ଗତ ଏପି୍ରଲ ମାସ ଠାରୁ ଏକ ପୋଲ ନିର୍ମାଣ ଚାଲିଛି । ପୋଲ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ହେଲେ ଏହି ପୋଲଟି ନିର୍ମାଣ ହେଉହେଉ ଫାଟି ଯାଇଥିବାରୁ ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏହି ପୋଲର ଚାରିପାଶ୍ୱର୍ ଫାଟି ଆଁ କରିଥିବା ବେଳେ ପୋଲ କଂକ୍ରିଟ ବେଳେ କୈାଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ଏହି ପୋଲ ନିର୍ମାଣ ସରିବା ଉପରେ ହୋଇଥିଲେ ମଧ୍ୟ ସୂଚନା ଫଳକ ଲାଗିନାହିଁ । ଯାହାଫଳରେ କେଉଁ ଠିକାଦାର କାର୍ଯ୍ୟ କରୁଛନ୍ତି , କେତେ ଟଙ୍କାର କାମ ତଥା କେବେ ଆରମ୍ଭ ହେଲା ଏବଂ କେବେ ଶେଷ ହେବ ସେ ସଂପର୍କରେ ସାଧାରଣ ଲୋକ କିଛି ଜାଣିପାରୁ ନାହାନ୍ତି । ତେବେ ଜାରକା ଅଂଚଳର ଅକ୍ଷୟ ନାୟକ ନାମକ ଜଣେ ଠିକାଦାର ଏହି ପୋଲ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ବିଭାଗୀୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଡିଓ ସୈାମ୍ୟରଂଜନ ଦ୍ୱିବେଦୀଙ୍କ ଏହି କାର୍ଯ୍ୟ ସଂପର୍କରେ ପଚାରିବାରୁ ଆମ ପାଖରେ ସେମିତି କିଛି ଅଭିଯୋଗ ହୋଇନାହିଁ । ତଥାପି ମୁଁ ନିଜେ ଘଟଣା ସ୍ଥଳକୁ ଯାଇ କାର୍ଯ୍ୟର ଅନୁଧ୍ୟାନ କରିବି ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ନିମ୍ନ ମାନର କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଜିଲ୍ଲା କଂଗ୍ରେସର ଉପସଭାପତି ବନମାଳୀ ରାଉତ ଦାବି କରିଛନ୍ତି ।
