Odisha news

ଯେଉଆଦ ଓ ବନ୍ୟାରେ ଫଷଲ ହରାଇଥିବା ବଡଚଣାର ୯୪୩୫ ଚାଷୀଙ୍କୁ ୪ଟି ପର୍ଯ୍ୟାୟରେ ୬କୋଟି ୧୧ ଲକ୍ଷ ୩୦ହଜାର ୩୭୨ ଟଙ୍କାର କ୍ଷତିପୂରଣ ପ୍ରଦାନ

0
ଚଣ୍ଡିଖୋଲ,୧୪/୯ :  ଗତ ୨୦୨୧ ମସିହା ସେଷ୍ଟେମ୍ବର ମାସରେ ପ୍ରଳୟଙ୍କରୀ ବାତ୍ୟା “ଯେଉଆଦ” ଓ ସେହି ମାସରେ ପରବର୍ତ୍ତୀ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ତଥା ବଡଚଣା ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷୟଖ୍ୟତି ହୋଇଥିଲା। ଏଥିରେ ଉକ୍ତ ତହସିଲ ଅନ୍ତର୍ଗତ ୨୬୧ଟି ଗ୍ରାମର ୯୪୩୫ଜଣ ଚଷୀଙ୍କ ୧୮୧୬୩.୩୯ ଏକର ଜମିରେ ସମ୍ପୂର୍ଣ୍ଣ ଫଷଲ ନଷ୍ଟ ହୋଇଥିଲା! ଏବେ ସେହି କ୍ଷତିଗ୍ରସ୍ଥ ଚାଷୀମନଙ୍କୁ ସରକାରଙ୍କ ଘୋଷଣା ଅନୁଯାଇ ୪ଟି ପର୍ଯ୍ୟାୟରେ କ୍ଷତିପୂରଣ ବାବଦରେ ୬କୋଟି ୧୧ଲକ୍ଷ ୩୦ହଜାର ୩୭୨ଟଙ୍କା ଦର୍ପଣ ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିବା ଜଣାପଡିଛି! ଗତବର୍ଷ ସେଷ୍ଟେମ୍ବର ମାସରେ ବାତ୍ୟା ଯେଉଆଦ ଓ ତା ପରେ ପରେ ସେହି ମାସରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଲୋକମାନଙ୍କର ବ୍ୟାପକ କ୍ଷତି ହୋଇଥିଲା! ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଟି ବିତ୍ପାତ ଯୋଗୁଁ ବଡଚଣା ଅଞ୍ଚଳର ଚାଷୀମାନେ ବିଷେଶ ଭାବେ ପ୍ରଭାବିତ ହୋଇଥିଲେ!
ଚାଷୀମାନଙ୍କ ବିଲରେ ଥିବା ଫଷଲ ବର୍ଷା ବିତ୍ପାତ ଫଳରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବାରୁ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା! ଯାହାକୁ ନେଇ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ସରକାର କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ! ଏହି ଘୋଷଣା ପରେ ସ୍ୱତନ୍ତ୍ର ଟିମ ମାଧ୍ୟମରେ ଚାଷୀମନଙ୍କ କ୍ଷୟଖ୍ୟତିର ଆକଳନ କରାଯାଇଥିଲା! ଆକଳନ ଆଧାରରେ ସରକାରଙ୍କୁ ରିପୋର୍ଟ ଯିବାପରେ ବଡଚଣାର ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ଦର୍ପଣ ତହସିଲକୁ ୪ଟି ପର୍ଯ୍ୟାୟରେ ମୋଟ ୬କୋଟି ୧୧ଲକ୍ଷ ୩୦ହଜାର ୩୭୨ଟଙ୍କା ଯୋଗାଇ ଦିଆଯାଇଥିଲା! ତହସିଲଦାର ପ୍ରଦୀପକୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଇତିମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଛି! ପ୍ରଥମ ପର୍ଯ୍ୟାୟରେ ୪୯ ଗ୍ରାମର ୧୭୧୬ ଜଣ ଚାଷୀଙ୍କୁ ୧କୋଟି ୧୭ଲକ୍ଷ ୫୪ହଜାର ୭୬୪ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୯ ଗ୍ରାମର ୨୮୦୭ ଜଣ ଚାଷୀଙ୍କୁ ୧କୋଟି ୬୮ଲକ୍ଷ ୩୬ହଜାର ୯୮୨ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ତୃତୀୟ ପର୍ଯ୍ୟାୟରେ ୮୯ଟି ଗ୍ରାମର ୨୦୩୪ ଚାଷୀଙ୍କୁ ୧କୋଟି ୩୦ଲକ୍ଷ ୬ହଜାର ୬୭୫ଟଙ୍କା ଏବଂ ଚତୁର୍ଥ ପର୍ଯ୍ୟାୟରେ ୭୪ଟି ଗ୍ରାମର ୨୮୭୮ ଜଣ କ୍ଷତିଗ୍ରସ୍ଥ ଚାଷୀଙ୍କୁ ୧କୋଟି ୯୫ଲକ୍ଷ ୩୧ହଜାର ୯୫୧ଟଙ୍କା ପ୍ରଦାନ କରାଯାଇଥିଲା!ତହସିଲ ପକ୍ଷରୂ କ୍ଷତିପୂରଣ ଅର୍ଥ ବ୍ୟାଙ୍କ ମାଧ୍ୟମରେ ସମସ୍ତ ଚାଷୀଙ୍କୁ ପ୍ରଦାନ କରାଯାଇଥିବା   ସୂଚନା ମିଳିଛି!
Nalco
Leave A Reply