Odisha news

ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମର ସମାଜସେବୀଙ୍କ ଦ୍ୱାରା ହରିଦାସପୁର ପଂଚାୟତର ଦଳିତ ଆଦିବାସି ଗରିବଙ୍କୁ ରାସନ ସାମଗ୍ରୀ ବଂଟନ

0

ଚଣ୍ଡିଖୋଲ, ୦୪/୦୪ (ସକାଳ ଖବର.କମ ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମର ସମାଜସେବୀ ମନୋରଂଜନ ସାହୁଙ୍କ ଏବଂ ମା କୁସୁମାବତୀ ଟ୍ରଷ୍ଟ ପକ୍ଷରୁ ହରିଦାସପୁର ପଂଚାୟତରେ ବାସକରୁଥିବା ସମସ୍ତ ଗରିବ, ଆଦିବାସି, ଦଳିତ ବର୍ଗର ଲୋକଙ୍କୁ ରାସନ ସମାଗ୍ରୀ ବଂଟନ କରିଛନ୍ତି । ଏଥିରେ ପଂଚାୟତର ପୂର୍ବତନ ସରପଂଚ ବିକ୍ରମ ବିଶ୍ୱାଳ, କୁସୁମାବତୀ ଟ୍ରଷ୍ଟ ପକ୍ଷରୁ ଚନ୍ଦନ ଦାସ, ପ୍ରତାପ ସାମଲ, ଅନିଲ ଦାସ, ଗଣେଶ୍ୱର ଦାସ, ଦିପକ ଦାସ, ତୁଶାରକାନ୍ତ ଦାସ, ଅଂଶିଧର ଦାସ, ସିଲ ସାହୁ, କିର୍ତିଜିତ ଶତପଥୀ, ତିଲୋଚନ ବେହେରା, ରୋନିତ ସ୍ୱାଇଁ, ଖିରୋଦ ଦାସ, ଅମୀୟ ନାୟକ, ପବିତ୍ର ସାହୁ, ସତ୍ୟସୁନ୍ଦର ସାହୁ ପ୍ରମୁଖ ଘର ଘର ବୁଲି ପ୍ୟତ୍ୟକ ପରିବାର ପାଇଁ ଡାଲି, ଆଳୁ, ସାବୁନ, ପିଆଜ ସମେତ ଅନ୍ୟ ରାସନ ସାମଗ୍ରୀ ବଂଟନ କରିବା ସହିତ କରୋନା ପାଇଁ ସରକାରଙ୍କ ସମସ୍ତ ନୀତି ନିୟମ ପାଳନ କରିବା ଏବଂ ଘରୁ ନବାହାରିବା ପାଇଁ ପରାମର୍ଶ ଦେବା ସହିତ ଆଗମୀ ଦିନରେ ଅଧିକ ସହାୟତା ଦେବେ ଏବଂ ସରକାର ମଧ୍ୟ ସାହାର୍ଯ୍ୟ କରିପାରିବେ ବୋଲି କହି ବୁଝାଇବା ସହିତ ସଚେତନତା ସୃଷ୍ଟି କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ପୁରା ପଂଚାୟତରେ ପ୍ରଂଶସାର ପାତ୍ର ହେବା ସହ ଲୋକମାନେ ତାଙ୍କର ମଙ୍ଗଳ କାମନା କରିଛନ୍ତି ।

Leave A Reply

Your email address will not be published.