Odisha news

ଚାଣକ୍ୟ ନୀତି : ଏହି ବ୍ୟକ୍ତି ମାନଙ୍କର କଦାପି ପାଦ ସ୍ପର୍ଶ କରି ପ୍ରଣାମ କରିବା ଉଚିତ ନୂହେଁ

0

ଚାଣକ୍ୟ ଙ୍କ ନୀତିଶାସ୍ତ୍ର ମଣିଷ ଜୀବନ କୁ ନୂଆ ଦିଗନ୍ତ ଦେଖାଇ ଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ l ଆଜିର ଚାଣକ୍ୟ ନୀତିରେ କେଉଁ ପରିସ୍ଥିତି ରେ ବ୍ୟକ୍ତିକୁ ପାଦ ସ୍ପର୍ଶ କରି ପ୍ରଣାମ କରିବା ଉଚିତନୂହେଁ ତାହା ଦର୍ଶା ଯାଇଛି l ହିନ୍ଦୁ ଧର୍ମରେ ଗୁରୁଜନ, ମାତାପିତା ଓ ବୟସ୍କ ମାନଙ୍କର ଚରଣ ସ୍ପର୍ଶ କରି ପ୍ରଣାମ କରିବାକୁ ଗୋଟିଏ ଭଲ ସଂସ୍କାର ଭାବରେ ଗଣନା କରାଯାଇଥାଏ l

* ଚରଣ ସ୍ପର୍ଶ ଦ୍ୱାରା ବଡ଼ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଟା ସମୟ ରେ ଚରଣ ସ୍ପର୍ଶ କରି ପ୍ରଣାମ କରିବାକୁ ବର୍ଜିତ କରାଯାଇ ଥାଏ l ଶୁଭ ଫଳ ସ୍ଥାନ ରେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ l

* ଶୋଇଥିବା ବ୍ୟକ୍ତି ଙ୍କ ପାଦ ସ୍ପର୍ଶ ଆଦୌ କରିବା ଉଚିତ ନୁହେଁ l ଏହାଦ୍ୱାରା ତାଙ୍କର ଆୟୁଷ ହାନି ହୋଇଥାଏ l

* ମାମୁଁ ମାଇଁ ଙ୍କ ପାଇଁ ଭଣଜା ଭାଣିଜୀ ସର୍ବଦା ପୂଜନୀୟା l ଭଣଜା ଭାଣିଜୀ କଦାପି ମାମୁଁ ମାଇଁ ଙ୍କ ପାଦ ଛୁଇଁବା ଉଚିତ ନୁହେଁ l

* ଝିଅ ମାନେ ହେଉଛନ୍ତି ମାତା ଲକ୍ଷ୍ମୀ ଙ୍କ ରୂପ l ତେଣୁ ସେମାନେ କାହାରି ପାଦ ସ୍ପର୍ଶ କରିବା ଉଚିତ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ ଅବମାନନା ହୋଇଥାଏ l

* ଭୋଜନ କରୁଥିବା ବ୍ୟକ୍ତି ର ପାଦ କଦାପି ସ୍ପର୍ଶ କରନ୍ତୁ ନାହିଁ l ଏହାଦ୍ୱାରା ଉକ୍ତ ବ୍ୟକ୍ତି ଙ୍କ ଋଣ ଭାର ବୃଦ୍ଧି ହୋଇଥାଏ l

Leave A Reply