ନୂଆଦିଲ୍ଲୀ : ଦେଶର ଶୀର୍ଷ ସୈନ୍ୟ ଅଧିକାରୀ ଜେନେରାଲ ବିପିନ ରାବତ ଙ୍କ ଅନ୍ତିମ ଯାତ୍ରାରେ ଲୋକମାନେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ l ୩, କାମରାଜ ମାର୍ଗରୁ ବାହାରି ଥିବା ଏହି ଅନ୍ତିମ ଯାତ୍ରାରେ ଅଧିକାଂଶ ସ୍ଥାନରେ ଲୋକମାନେ ଅଶ୍ରୁପୁର୍ଣ ଚକ୍ଷୁ ରେ ପୁଷ୍ପବର୍ଷା କରିଥିଲେ l ଏହି ଅନ୍ତିମ ଯାତ୍ରାରେ ସାଧାରଣ ଜନତାଙ୍କ ସହିତ ପଡୋଶୀ ଦେଶର ଶ୍ରୀଲଙ୍କା , ଭୁଟାନ, ବଙ୍ଗଳାଦେଶ,ଓ ନେପାଳର ଟପ କମାଣ୍ଡର ମାନେ ମଧ୍ୟ ସାମିଲ ରହିଥିଲେ l ବୁଧବାର ଦିନ ତାମିଲନାଡୁ ର ନୀଳଗିରି ଜିଲ୍ଲାରେ ହୋଇଥିବା ହେଲିକ୍ରାପଟର ଦୁର୍ଘଟଣା ରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକା ଙ୍କ ସହିତ ଅନ୍ୟ ୧୧ ଜଣ ସୈନ୍ୟ ଅଫିସରଙ୍କର ମୃତ୍ୟୁ ହୋଇଥିଲା l ଶୁକ୍ରବାର ଦିନ CDS ରାବତ ଓ ତାଙ୍କ ପତ୍ନୀଙ୍କ ଶବକୁ ତାଙ୍କ ଘରେ ଅନ୍ତିମ ଦର୍ଶନ ପାଇଁ ରଖା ଯାଇଥିଲା l
ଏହି ସମୟରେ ପାକିସ୍ତାନର ଉଚ୍ଚଅୟୋଗ ରେ ମୁତୟନ ରହିଥିବା ଶରକ୍ଷା ଉପଦେଷ୍ଟା ଜେନେରାଲ ରାବତ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନ ରେ ଉପସ୍ଥିତ ହୋଇଥିଲେ l ତାଙ୍କ ସହିତ ଶ୍ରୀଲଙ୍କାର ଚିଫ ଅଫ ଡିଫେନ୍ସ ମଧ୍ୟ ଉପସ୍ଥିତ ଥିଲେ l ଭୁଟାନ ର ଆର୍ମି ର ଡେପୁଟି ଚିଫ ସାମିଲ ରହିଥିଲେ, ନେପାଳର ସେନା ମୁଖ୍ୟ ମଧ୍ୟ ତାଙ୍କ ବାସଭବନ ରେ ସାମିଲ ରହିଥିଲେ l ବଙ୍ଗଳାଦେଶର ପ୍ରିନ୍ସିପାଲ ଷ୍ଟାଫ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ବାକିର ଉଜ ଜମାନ ମଧ୍ୟ ଏହି ଅନ୍ତିମ ଯାତ୍ରାରେ ସାମିଲ ରହିଥିଲେ l ଶ୍ରୀଲଙ୍କାର ପୂର୍ବ ସେନା ଅଧିକାରୀ ମଧ୍ୟ CDS ରାବତ ଙ୍କ ଶେଷ କୃତ୍ୟର ସାମିଲ ହୋଇଥିଲେ l