ହିମାଂଶୁ ଶେଖର ଆଚାର୍ଯ୍ୟ : ପ୍ରଥମ ଓଡିଆ ଭାବେ ଲେଫ୍ଟନାଣ୍ଟ୍ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଭାରତୀୟ ସେନାର ଉପମୁଖ୍ୟ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ୍ ଜେନେରାଲ ଏସ୍କେ ସାଇନ୍ ଏହି ପଦବୀରେ ନିଯୁକ୍ତ ଥିଲେ । ସେ ରବିବାର ଅବସର ନେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମହାନ୍ତିଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଏଥିସହିତ ସେ ସେନାର ୪୨ତମ ଉପମୁଖ୍ୟ ହୋଇଛନ୍ତି । ପ୍ରଭୁଙ୍କ ଆଶୀର୍ବାଦ ନେଇ ସେ କାମ କରିବେ ବୋଲି କହିଛନ୍ତି । ଚଣ୍ଡୀପ୍ରସାଦ ଦୀର୍ଘ ୩୮ ବର୍ଷ କ୍ୟାରିଅରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ସେନାର ଦକ୍ଷିଣ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଙ୍ଗ୍ ଇନ୍-ଚିଫ ଥିଲେ । କୁହାଯାଏ- ନିରବଚ୍ଛିନ୍ନ ପ୍ରୟାସ ଓ କଠିନ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ । ଏହାହିଁ ଅବଧାରିତ ସତ୍ୟ । ଏହି କଥାକୁ ନିଜ ଜୀବନରେ ପ୍ରମାଣିତ କରିଛନ୍ତି ଚଣ୍ଡୀପ୍ରସାଦ ।
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜୟବଡରେ ଚଣ୍ଡୀପ୍ରସାଦଙ୍କ ଜନ୍ମ । ତାଙ୍କ ପିତା ଜିତେନ୍ଦ୍ର କୁମାର ମହାନ୍ତି ପ୍ରଶାସନିକ ଅଧିକାରୀ ଓ ମାଆ ଶାରଦା ମହାନ୍ତି ଜଗତସିଂହପୁର ଏସ୍ଭିଏମ କଲେଜରେ ଅଧ୍ୟାପିକା ଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ରଥିଲେ । ସ୍ଥାନୀୟ ବାଗସାହି ୟୁପି ସ୍କୁଲରୁ ଶିକ୍ଷା ସମାପ୍ତ ପରେ ଚଣ୍ଡୀପ୍ରସାଦ ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ନାମ ଲେଖାଇଥିଲେ । ଏଠାରୁ ଶିକ୍ଷା ସମାପ୍ତପରେ ସେ ଏନଡିଏରେ ଯୋଗଦେଇଥିଲେ ।
ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ପଦ ପାଇଁ ତାଙ୍କ ନାମ ଘୋଷଣା ପରେ ସେ ଝଙ୍କଡବାସିନୀ ମା’ସାରଳାଙ୍କ ଦର୍ଶନ କରିବାକୁ ଆସିଥିଲେ । ସେଠାରୁ ଜୟବଡସ୍ଥିତ ନିଜ ଘରକୁ ଆସି ପରିବାର, ପଡୋଶୀ ଓ ସାଙ୍ଗ ସାଥୀଙ୍କ ସହ କିଛି ସମୟ ବିତାଇଥିଲେ । ଏହି ସମୟ ଭିତରେ ତାଙ୍କୁ ଅଭିନନ୍ଦନ ଜଣାଇବା ଓ ଭେଟିବା ପାଇଁ ତାଙ୍କ ବାସ ଭବନରେ ସବୁ ବର୍ଗର ଲୋକଙ୍କ ଭିଡ ଜମିଥିଲା । ସେମାନଙ୍କ ସହ ଆଲୋଚନା ସମୟରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ- ‘ନିଜ ଜନ୍ମ ମାଟିକୁ ଆସି ପରିବାର ଓ ପଡୋଶୀଙ୍କ ସହ ମିଶି ବହୁତ ଖୁସି ଲାଗିଲା । ମୁଁ ଏହିଠାରେ ଜନ୍ମ ନେଇଛି, ପଢିଛି ଓ ବଢିଛି । ନିଜ ଲୋକଙ୍କ ସହ ମିଶିବାର ମଜା ନିଆରା । ମାଆ ଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି ସେ କହିଥିଲେ’ ।
ଏଠାରେ ସୂଚନାଯୋଗ୍ୟ ଯେ, ୱେଲଂଟନ୍ସ୍ଥିତ ଡିଫେନ୍ସ ସର୍ଭିସ୍ ଷ୍ଟାପ କଲେଜରେ ସ୍ନାତକ ଶେଷ କରିବ ସେ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେପ୍ଟନାଣ୍ଟ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ପଛକୁ ଫେରି ଚାହିଁନାହାଁନ୍ତି । ତା ପରର ଘଟଣା ହେଉଛି ସ୍ୱର୍ଣ୍ଣାଭ ଇତିହାସ । ପରବର୍ତ୍ତୀ କାଳରେସେ ଜାମ୍ମୁ-କାଶ୍ମୀରେ ଓ ଉତ୍ତର-ପୂର୍ବାଞ୍ଚଳରେ ସେନା ବାହିନୀରେ ନେତୃତ୍ୱ ନେବା ସହିତ ମିଲିଟାରୀ ସେକ୍ରେଟାରୀ ଓ ଆର୍ମଡ୍ ବି୍ରଗ୍ରେଡ୍ରେ ମଧ୍ୟ କାମ କରିଛନ୍ତି । ପ୍ରତିରକ୍ଷା ବାହିନୀର ୩୮ ବର୍ଷର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ପ୍ରତିରକ୍ଷା କ୍ଷେତ୍ରରେ ଏମ୍ଫି ଓ ଦୁଇ ମାଷ୍ଟରଡିଗ୍ରି ହାସଲ କରିଥିବା ମହାନ୍ତି ଦକ୍ଷିଣ ଏସିଆ ଉତ୍ତର ପୂର୍ବ ଭାରତ ଉପରେ ବ୍ୟାପକ ଅନୁଧ୍ୟାନ କରିଛନ୍ତି । ଆସାମରେ ଉଲ୍ଫା ହିଂସା କୁ ଦମନକରି ଶାନ୍ତି ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏତଦ୍ ବ୍ୟତୀତ କିଛିଦିନ ଧରି ସେ କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବ୍ରିଗ୍ରେଡ୍ର କମାଣ୍ଡର ଥିଲେ ।
ସିଚେଲ୍ସ ସରକାରଙ୍କ ସାମରିକ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିବାରେ ତାଙ୍କ ଅଭିଜ୍ଞତା ରହିଛି । ସେ ଭାରତ-ଚୀନ ସୀମା ଓ ଆସାମରେ ମାଉଣ୍ଟେନ୍ ବ୍ରିଗ୍ରେଡ୍ କମାଣ୍ଡର ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟସ୍ଥିତ ଇଣ୍ଟିଗ୍ରେଟେଡ୍ ହେଡ୍କ୍ୱାର୍ଟର୍ସର ଅପରେସନାଲ୍ ଲିଜିଷ୍ଟିକ୍ସ୍ ଏବଂ ଷ୍ଟ୍ରାଟେଜିକ୍ ମୁଭ୍ମେଣ୍ଟର ମହାନିଦେ୍ର୍ଦଶକ ଥିଲେ । ଡୋକ୍ଲାମ ସଂଘର୍ଷ ପରେ ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତିଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ ଅନ୍ତର୍ଗତ ୩୩ କରର୍ କମାଣ୍ଡ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଉତ୍ତର ଭାରତ ଏରିଆର ଜିଓସି ରୂପେ ବରେଲିଠାରେ ଅବସ୍ଥାପିତ ହୋଇଥିଲେ । ଜେନେରାଲ ଚଣ୍ଡୀପ୍ରସାଦ ମାହାନ୍ତି କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଆସିଛନ୍ତି । ସେଥିପାଇଁ ସେ ୨୦୦୯ ମସିହାରେ ବିଶିଷ୍ଟ ସେବା ମେଡାଲ୍, ୨୦୧୧ରେ ସେନା ମେଡାଲ ଓ ୨୦୧୬ରେ ଅତିବିଶିଷ୍ଟ ସେବା ମେଡାଲ ପାଇଛନ୍ତି ।ଏହା ତାଙ୍କ ପାରିବା ପଣିଆର ଗୋଟିଏ ଗୋଟିଏ ନମୁନା ।
ଏହି ସମୟ ମଧ୍ୟରେ ଭୁବନେଶ୍ୱର ସୈନିକ ସ୍କୁଲରେ ପରିଦର୍ଶନରେ ଆସି ସେ ଛାତ୍ରଛାତ୍ରୀଙ୍କ ସହ ମନର କଥା କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସୈନ୍ୟ ବାହିନୀରେ ପ୍ରତି ଗାଁରୁ ଜଣେ ଲେଖାଏଁ ଯୁବକ ଯୋଗ ଦେବା ଉଚିତ୍ ବୋଲି କହିଥିଲେ ଚଣ୍ଡୀପ୍ରସାଦ । ଏଠାରେ ସୈନ୍ୟ ବାହିନୀରେ ଯୋଗ ଦେବା ପାଇଁ କୈାଣସି ପ୍ରଶିକ୍ଷଣ ବ୍ୟବସ୍ଥା ନାହିଁ । ତେଣୁ ପିଲାମାନଙ୍କୁ ଜଣା ନାହିଁ କଣ କେମିତି ପ୍ରସ୍ତୁତ ହେବେ । କେବଳ ସୈନିକ ସ୍କୁଲରେ ଏହି ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି । ସୈନ୍ୟ ବାହିନୀ ପକ୍ଷରୁ ମଧ୍ୟ ଏପରି କରାଯାଇପାରିବ ନାହିଁ ।
ତେବେ ରାଜ୍ୟ ସରକାର ଚାହିଁଲେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରି ସୈନ୍ୟ ବାହିନୀରେ ଯୋଗ ଦେବାକୁ ଆଶାୟୀ ପିଲାମାନଙ୍କୁ ଦୈାଡିବା, ଚଢିବା ଓ ପହଁରିବା ଶିକ୍ଷା ଦେଇପାରିବେ । ଏହି ସବୁ ଶାରୀରିକ ପରୀକ୍ଷାରେ ପାସ୍ କରିବା ପରେ ଲିଖିତ ପରୀକ୍ଷା ଦେବେ । ସେଥିରେ ପାସ୍ କରିବା ପରେ ମେଡିକାଲ୍ ଟେଷ୍ଟରେ ପାସ୍ ହେଲେ ସୈନ୍ୟ ବାହିନୀରେ ଯୋଗଦେଇ ପାରିବେ । ଏହା ଏକ ଲମ୍ବା ପ୍ରକ୍ରିୟା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୃଢ ଇଚ୍ଛା ଶକ୍ତି ସହ ଦେଶ ସେବା କରିବା ପାଇଁ ମନବୃତ୍ତି ଉଦ୍ରେକ ହେବା ଦରକାର । ସେ ପୁଣି କହିଥିଲେଯେ, ଦେଶ ସେବା ପାଇଁ ସୈନ୍ୟ ବାହିନୀରେ କାମ କରିବାରେ ଯେଉଁ ଆନନ୍ଦ ମିଳେ ତାହା ଅବର୍ଣ୍ଣନୀୟ ।
ମଣିଷ ଜୀବନ କେବଳ ବର୍ଷ, ମାସ ଓ ଦିନ ମଧ୍ୟରେ ସୀମିତ