Odisha news

କେନ୍ଦ୍ର ବଜେଟ ୨୦୨୧-୨୨ ଆତ୍ମ ନିର୍ଭର ଆଶା

0

ହିମାଂଶୁ ଶେଖର ଆଚାର୍ଯ୍ୟ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିଛନ୍ତି । କୋଭିଡ ଘନଘଟା ଓ କୃଷକ ଆନେ୍ଦାଳନ ମଧ୍ୟରେ ଆଗତ ହୋଇଛି ଚଳିତ ବର୍ଷର ସାଧାରଣ ବଜେଟ । ପ୍ରଥମଥର ପାଇଁ କାଗଜ ବିହୀନ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା ।

ସଦସ୍ୟମାନଙ୍କୁ ବଜେଟ ଅଭିଭାଷଣ ଓ ଦଲିଲର ସଫ୍ଟ କପି ଦିଆଯାଇଥିଲା । ଏଥର କିନ୍ତୁ ଲାଲ କପଡା ଭିତରେ କାଗଜ ପତ୍ର ବଦଳରେ ଥିଲା ଟାବଲେଟ୍ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ପଇଁ ଥିଲା ଏହା ତୃତୀୟ ବଜେଟ । କରୋନାଭଳି ମହାମାରୀ ଯୋଗୁଁ ଭବିଷ୍ୟତରେ ଲୋକେ ଯେମିତି ବିପଦରେ ନପଡନ୍ତି ଏବଂ ଅର୍ଥବ୍ୟବସ୍ଥା କିପରି ସୁରକ୍ଷିତ ରହିବ ତାଙ୍କ ଦ୍ୱାରା ଉପସ୍ଥାପିତ ବଜେଟରୁ ଏହି ସଙ୍କେତ ମିଳିଛି । ସ୍ୱାସ୍ଥ୍ୟ ଓ ଭିତ୍ତି ଭୂମିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ରପାଇଁ ଧାର୍ଯ୍ୟ ୨ଲକ୍ଷ ୨୩ହଜାର ୮୪୬ କୋଟି ଟଙ୍କା ମଧ୍ୟରୁ ୩୫ ହଜାର କୋଟି କେବଳ କୋଭିଡ ଟୀକା ପାଇଁ ଖର୍ଚ୍ଚ ହେବ । ସେହିପରି ଅର୍ଥନୀତିକୁ ଗତିଶୀଳ କରିବା ଲାଗି ବଜେଟରେ ୫ଲକ୍ଷ ୫୪ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଜେଟ ‘ଆତ୍ମନିର୍ଭର ଭାରତର ବଜେଟ’ ଓ ଏହା ଦେଶର ଆତ୍ମ ବିଶ୍ୱାସ ବଢାଇବ ବୋଲି ସେ କହିଛନ୍ତି । ସେହିପରି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ସ୍ୱାଗତ କରିଥିବା ବେଳେ ଓଡିଶାକୁ କେନ୍ଦ୍ର ସରକାର ଅନୁସରଣ କରିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।

ଚଳିତ ବର୍ଷ ବଜେଟରେ ୩୪,୮୩,୨୩୬କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିତ୍ତୀୟ ନିଅଣ୍ଟ ବିଷୟରେ ଚିନ୍ତା ନକରି ବ୍ୟୟ ବଢାଇବା ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଯେଉଁ ପରାମର୍ଶ ଦିଆଯାଇଥିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାହାକୁ ପୂର୍ଣ୍ଣ ଅର୍ଥରେ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଦ୍ୱାରା ଗୁରୁତର ପ୍ରଭାବିତ ଅର୍ଥନୀତିକୁ ସଜାଡିବା ଲାଗି ସେ ବିପୁଳ ବ୍ୟୟ କରିବା ବିଷୟରେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ କଲ୍ୟାଣରେ ଗତ ବଜେଟ ତୁଳନାରେ ଦୁଇ ଗୁଣା ଅଧିକ ବ୍ୟୟବରାଦ କରାଯାଇଛି । ଭିତ୍ତିଭୂମି କ୍ଷେତ୍ର ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସଡକ, ରେଳପଥ ଓ ବନ୍ଦର ବିକାଶ ପାଇଁ ବଡଯୋଜନା ରହିଛି । ଏଥର ବଜେଟରେ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପାଇଁ ୧.୧୮ଲକ୍ଷ କୋଟି , ରେଳପଥ ଲାଗି ୧,୧୦,୦୫୫ କୋଟି ବୀମାକ୍ଷେତ୍ରରେ ୭୪% ଏଫ୍ଡିଆଇ, ପ୍ରତିରକ୍ଷା ପାଇଁ ୪ଲକ୍ଷ ୭୮ ହଜାର କୋଟି , ଜଳ ଜୀବନ ମିଶନ ପାଇଁ ୨,୮୭,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ବଜେଟରେ ସୁନା, ରୂପା,ଷ୍ଟିଲ ବାସନକୁସନ, ଇଲେକ୍ଟ୍ରୋନିକ୍ ଉତ୍ପାଦ, ଚମଡା ନିର୍ମିତ ଉତ୍ପାଦ, ଆଇରନ୍, ଷ୍ଟିଲ, ନାଇଲନ ପୋଷାକ, ତମ୍ବା ନିର୍ମିତ ସାମଗ୍ରୀ, କୋଟି ବୀମାକ୍ଷେତ୍ରରେ ୭୪% ଏଫ୍ଡିଆଇ, ପ୍ରତିରକ୍ଷା ପାଇଁ ୪ଲକ୍ଷ ୭୮ ହଜାର କୋଟି , ଜଳ ଜୀବନ ମିଶନ ପାଇଁ ୨,୮୭,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ବଜେଟରେ ସୁନା, ରୂପା,ଷ୍ଟିଲ ବାସନକୁସନ, ଇଲେକ୍ଟ୍ରୋନିକ୍ ଉତ୍ପାଦ, ଚମଡା ନିର୍ମିତ ଉତ୍ପାଦ, ଆଇରନ୍, ଷ୍ଟିଲ, ନାଇଲନ ପୋଷାକ, ତମ୍ବା ନିର୍ମିତ ସାମଗ୍ରୀ, ରେଶମ ଓ କପା ଶସ୍ତା ହେବାକୁ ଯାଉଥିବା ବେଳେ ଗାଡି ଓ ଏହାର ଯନ୍ତ୍ରାଂଶ, ଓ ମୋବାଇଲ, ଚାର୍ଜର ଓ ହେଡଫୋନ୍, ଏସି ଓ ପ୍ରିଜ କମ୍ପ୍ରେସର, ଏଲିଡି ଲ୍ୟାମ୍ପ ଓ ସିନ୍ଥେଟିକ୍ ଷ୍ଟୋନ୍ ମହଙ୍ଗା ହେବ ।

ଏହି ବଜେଟରେ ଆୟ ଦାତାଙ୍କ ପାଇଁ ବିଶେଷ କିଛି ଖୁସି ଖବର ନାହିଁ । ପ୍ରତ୍ୟକ୍ଷ କରରେ କୈାଣସି ପରିବର୍ତ୍ତନ କରାଯାଇ ନାହିଁ । ଆୟକର ସୀମା ଏବଂ ହାର ଯାହା ଥିଲା ସେୟା । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ରିଟର୍ଣ୍ଣ୍ ଦାଖଲ ଛାଡ କରିଛନ୍ତି ସରକାର । ପେନସନ୍ ଭୋଗୀ ଏବଂ କେବଳ ସୁଧ ଉପରେ ନିର୍ଭର କରୁଥିବା ୭୫ବର୍ଷରୁ ଅଧିକ ବୟସର ଟିକସ ଦାତାଙ୍କୁ ମିଳିବ ଏ ସୁବିଧା । କୃଷି କ୍ଷେତ୍ରରେ ଭିତ୍ତି ଭୂମି ବିକାଶ ଲାଗି ଏଗ୍ରିସେସ୍ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ ।

ପ୍ରତି ଲିଟର ପେଟ୍ରୋଲ ଉପରେ ୨ଟଙ୍କା୫୦ପଇସା ଏବଂ ଡିଜେଲ ଉପରେ ୪ଟଙ୍କା ନେବେ ସରକାର । ହେଲେ ଏଥିପାଇଁ ଗ୍ରାହକଙ୍କୁ ପଇସାଟିଏବି ଅଧିକ ଦେବାକୁ ପଡିବ ନାହିଁ । ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁକ୍ଳ ହ୍ରାସ କରାଯିବ । ଫଳସ୍ୱରୂପ ମଧ୍ୟବିତ୍ତ ନିରାଶ ହୋଇଥିବା ବେଳେ ଆସ୍ୱସ୍ତି ପାଇଛନ୍ତି ବରିଷ୍ଠ ନାଗରିକ । ତେବେ ସୀତାରମଣଙ୍କ ବଜେଟକୁୁ କେଉଁ କ୍ଷେତ୍ରରୁ ଟଙ୍କାଟିଏ ଆସିବ ଓ କେଉଁ ବାବଦରେ ଟଙ୍କାଟିଏ ଖର୍ଚ୍ଚ ହେବ ତାର ଏକ ତାଲିକା ଏଠାରେ ଦିଆଗଲା । ଟଙ୍କାକର ଆୟ ବ୍ୟୟ-ଆସିବ: ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ୩୬ପ., କର୍ପୋରେଟ୍ କର ୧୩ପ., ଆୟକର ୧୪ପ., ସୀମା ଶୁକ୍ଳ ୩ପ.,କେନ୍ଦ୍ରୀୟ ଅବକାରୀ ଶୁକ୍ଳ ୮ପ., ଜିଏସ୍ଟି ୧୫ପ. , ଅଣଟିକସ ରାଜସ୍ୱ ୬ପ., ଋଣ ବାଦ୍ ପୁଞ୍ଜି ସଂଗ୍ରହ ୫ପ., ଯିବ: କେନ୍ଦ୍ର ଅନୁମୋଦିତ ଯୋଜନା ୯ପ., କେନ୍ଦ୍ରୀୟ ଯୋଜନା ୧୩ପ., ସୁଧ ପୈଠ ୨୦ପ., ପ୍ରତିରକ୍ଷା ୮ପ., ସବ୍ସିଡି ୯ପ., ଅର୍ଥ ଆୟୋଗ ପ୍ରଭୃତିଙ୍କୁ ହସ୍ତାନ୍ତର୧୦ପ., ଟିକସ ଓ ଶୁକ୍ଳ ବାବଦ ରାଜ୍ୟ ମାନଙ୍କ ପ୍ରାପ୍ୟ ୧୬ପ., ପେନ୍ସନ୍ ୫ପ., ଅନ୍ୟାନ୍ୟ ୧୦ପ. ।

ଲୋକସଭାରେ ବଜେଟ ଉପସ୍ଥାପିତ ହୋଇସାରିଛି । କିଏ କହୁଛି ବିକାଶର ବଜେଟ ତ କିଏ କହୁଛି ବିକ୍ରି ବଜେଟ । ବଜେଟକୁ ଯଦି ସମୀକ୍ଷା କରାଯିବ ଏବେ ଦେଖିବାକୁ ମିଳିବ ଯେ ଏହି ବଜେଟ ଦ୍ୱାରା କେତେକଙ୍କ ଆଶା ପୂରଣ ହୋଇଛି । ଏଥିରେ ବହୁ ବର୍ଗଙ୍କ ହାତରେ ନିରାଶା ଲାଗିଛି । ଚଳିତ ବଜେଟରେ ୬ଟି ସ୍ତମ୍ବ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସେଗୁଡିକ ହେଲା ସ୍ୱାସ୍ଥ୍ୟ ଓ କଲ୍ୟାଣ , ଭୈାତିକ ଏବଂ ଆର୍ଥିକ, ପୁଞ୍ଜି, ଭିତ୍ତିଭୂମି ଆକାଂକ୍ଷୀ ଭାରତ ପାଇଁ ସମାବେଶୀ ବିକାଶ, ମାନବୀୟ ପୁଞ୍ଜିର ପୁନରୁଦ୍ଧାର, ନବାଚାର, ଗବେଷଣା ଓ ବିକାଶ

Leave A Reply