ନୂଆଦିଲ୍ଲୀ : ଭାରତର ସବୁ ରାଜ୍ୟ ଅପେକ୍ଷା ପଞ୍ଜାବ ରାଜ୍ୟର ଲୋକେ ଅଧିକ ବିଦେଶ ଯିବାକୁ ପସନ୍ଦ କରି ଥାଆନ୍ତି ଏବଂ ସେମାନଙ୍କର ପ୍ରଥମ ପସନ୍ଦ କାନାଡ଼ା ଥାଏ l ଗତ ୩ବର୍ଷ ମଧ୍ୟରେ କାନାଡ଼ା ଯାଉଥିବା ଭାରତୀୟ ଙ୍କ ସଂଖ୍ୟା ୩୦୦ ପ୍ରତିଶତ ବୃଦ୍ଧି ପାଇଛି l ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ପଞ୍ଜାବୀ ଅଟନ୍ତି l ବିଶ୍ୱରେ ଏଭଳି ୧୯୫ ଟି ଦେଶ ଏଭଳି ରହିଛି ଯେଉଁଠି ପଂଜାବୀ ବାସ କରିଥାଆନ୍ତି l କିନ୍ତୁ ଅବ୍ରାଜନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ କାନାଡ଼ା ପଂଜାବୀ ମାନଙ୍କର ପ୍ରଥମ ପସନ୍ଦ ବୋଲି କୁହାଯାଇଛି l ଯେଉଁଠିକୁ ପ୍ରତିବର୍ଷ ହଜାର ହଜାର ପଞ୍ଜାବ ବାସି ପିଆର, ଷ୍ଟଡି ଭିସା ଓ ୱାର୍କ ପରମିଟ ଜରିଆରେ କାନାଡ଼ା ଯାଇ ଥାଆନ୍ତି l
କାନାଡ଼ାରେ ପଞ୍ଜାବୀ ମାନଙ୍କର ବର୍ତମାନ ସ୍ଥିତି -: ପଞ୍ଜାବ ରୁ କାନାଡ଼ା ଯାଉଥିବା ବ୍ୟକ୍ତିମାନେ ଅଧିକାଂଶ ଗ୍ରାମୀଣ ହୋଇ ଥାଆନ୍ତି l କାନାଡ଼ା ର ଜନଗଣନା ଅନୁସାରେ ଅଂଗରେଜ, ଫ୍ରେଞ୍ଚ , ମନ୍ଦାରିନ ଙ୍କ ପରେ ଚତୁର୍ଥ ସ୍ଥାନରେ ପଂଜାବୀ ରହିଛନ୍ତି l ଏପରିକି କାନାଡ଼ା ର କିଛି ସହର କୁ ମିନି ପଞ୍ଜାବ କୁହାଯାଇ ଥାଏ l ପଞ୍ଜଜାବୀ ଙ୍କ ବର୍ଦ୍ଧିତ ସଂଖ୍ୟା କୁ ଦେଖି କାନାଡ଼ା ରେ ପଂଜାବୀ ଭାଷା କୁ ପ୍ରାଥମିକତା ଦିଆଯାଇଛି l ଅଧିକାଂଶ ସରକାରୀ ବୋର୍ଡ ରେ ମଧ୍ୟ ପଂଜାବୀ ଭାଷା ଲେଖା ଯାଇଛି l ଏପରିକି କାନାଡ଼ା ସରକାର ରେ ମଧ୍ୟ ଅଧିକାଂଶ ପଂଜାବୀ ମନ୍ତ୍ରୀ ରହିଛନ୍ତି – କାନାଡ଼ା ରେ ପଂଜାବୀ ଲୋକ ଙ୍କ ନିକଟରେ ବଡ଼ ବଡ଼ ବ୍ୟବସାୟ ମଧ୍ୟ ରହିଛି l ଯେଉଁ କାରଣରୁ ପଞ୍ଜାବୀ ଲୋକ ଙ୍କୁ ପ୍ରାଥମିକତା ଦିଆ ଯାଇଥାଏ l କାନାଡ଼ା ର ଯେଉଁ ମାନେ ସ୍ଥାୟୀ ବାସିନ୍ଦା ସେମାନଙ୍କ ସଂଖ୍ୟା ଖୁବ କମ ଅଟେ l କିନ୍ତୁ ପଞ୍ଜାବୀ ଙ୍କ ଯୋଗୁଁ ଜନସଂଖ୍ୟା ବୃଦ୍ଧି ହୋଇଥାଏ l