Odisha news

ରାଜ୍ୟ ଖଣି ନିଗମ ଆର୍ଥିକ ସହାୟତା : କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଙ୍କ ଦ୍ୱାରା ଫୁଲବାଣୀ ଠାରେ ଏକ କୋଭିଡ ହସ୍ପିଟାଲକୁ ଉଦଘାଟନ କରିଛନ୍ତି

0

ଫୁଲବାଣୀ : କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଏକ କୋଭିଡ ହସ୍ପିଟାଲକୁ ଜିଲ୍ଲାପାଳ ଡା.ବୃନ୍ଦା ଡି. ଉଦଘାଟନ କରିଛନ୍ତି । ୧୪୦ ଶଯ୍ୟା ସହ ୧୦ଟି ଆଇ.ସି.ୟୁ ଓ ୪ଟି ଭେଣ୍୍ଟିଲେଟରର ମଧ୍ୟ ବ୍ୟବସ୍ଥା ରହିଛି ଏହି କୋଭିଡ ହସ୍ପିଟାଲରେ । ଜିଲ୍ଲାରେ ଆଜି ସୁଦ୍ଧା ଜଣେ ମଧ୍ୟ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ ସ୍ୱରୁପ ଫୁଲବାଣୀ ଡାକ୍ତରଖାନା ପରିସରରେ ଏହି କୋଭିଡ ହସ୍ପିଟାଲ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା କରିଛନ୍ତି । ରାଜ୍ୟ ଖଣି ନିଗମ ଆର୍ଥିକ ସହାୟତାରେ ଏହି କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିବା କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. କହିଛନ୍ତି । କିମସ୍ ଏହାର ପରିଚାଳନା ଦାୟୀତ୍ୱ ନେଇଛି । ଏହି ହସ୍ପିଟାଲରେ ୧୨ଟି ଡାକ୍ତର ଓ ସ୍ପେଷାଲିଷ୍ଟଙ୍କ ସମେତ ୬୦ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି ।
ଉଦଘାଟନୀ ଅବସରରେ ଜିଲ୍ଲାପାଳ ଡା.ବୃନ୍ଦା ଡି.ଙ୍କ ସମେତ ଆଇଏଏସ ପ୍ରବେସନର ଶୁଭଙ୍କର ମହାପାତ୍ର, ଏସପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ, ଆର.ଆଇ ଧର୍ମେନ୍ଦ୍ର ପ୍ରଧାନ, ଟାଉନଥାନା ଅଧିକାରୀ ନରେଶ କୁମାର ସାହୁ, ପୂର୍ତବିଭାଗ ନିର୍ବାହୀଯନ୍ତ୍ରୀ ପ୍ରମୁଖଙ୍କ ସମେତ ବହୁ ଡାକ୍ତର, କର୍ମଚାରୀ ଯୋଗଦେଇଥିଲେ । ଏହି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ, କିମସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଓଏମସି ମଧ୍ୟରେ ଗତ ୩ ରେ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଓ ଏହି ହସ୍ପିଟାଲକୁ କିମସ୍ କର୍ତୃପକ୍ଷ ଏକ ସପ୍ତାହ ମଧ୍ୟରେ ପ୍ରତିଷ୍ଠା କରିବେ ବୋଲି କହିଥିଲେ । ୧୦ ଦିନ ମଧ୍ୟରେ ଏହି ହସ୍ପିଟାଲ ପ୍ରତିଷ୍ଠା କରିଥିଲା କିମସ୍ । ଜିଲ୍ଲାରେ କରୋନା ମୁକାବିଲା କରିବା ଦିଗରେ ଏହି ହସ୍ପିଟାଲ ସହାୟକ ହୋଇପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply