Odisha news

ସ୍କାଉଟ୍ ଏବଂ ଗାଇଡ୍ ର ପର୍ବତାରୋହଣ କାର୍ଯ୍ୟକ୍ରମ

0
ବୁଗୁଡ଼ା :- ୧୪/୯ ରାଜ୍ଯ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ପିପୁଲସ୍ କଲେଜ୍ ର ଶିବାଜୀ ରୋଭର କ୍ରିଭ ତରଫରୁ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଭଗବାନ ସ୍ୱାଇଁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିନୋଦ ବିହାରୀ କର ଓ ସ୍କାଉଟ୍ ମାଷ୍ଟର ବୈଷ୍ଣବ ଚରଣ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।
ଛାତ୍ର ଛାତ୍ରୀ ମାନେ ବୁଦ୍ଧଖୋଲ ପାଦ ଦେଶରୁ ସିଦ୍ଧଗୁମ୍ଫା ପର୍ଯ୍ୟନ୍ତ ଯାଇ ସେଠାରୁ ଫେରିଥିଲେ। ପର୍ବତାରୋହଣ ସମୟରେ ସତର୍କତା, ଦକ୍ଷତା କୌଶଳ ସମ୍ପର୍କରେ ଅତିଥି ମାନେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କିଶୋର କୁମାର ପଣ୍ଡା ପରିଚାଳନା କରୁଥିବା ବେଳେ ଚିନ୍ମୟ ପଣ୍ଡା ସହଯୋଗ କରିଥିଲେ।
Nalco
Leave A Reply