ଭୁବନେଶ୍ୱର, ତା ୧୪.୦୯.୨୦– ପୁସ୍ତକ ମନୁଷ୍ୟର ଚିର ସହଚର । ପୁସ୍ତକଲବ୍ଧ ଜ୍ଞାନ କଦାପି ବ୍ୟର୍ଥ ଯାଏ ନାହିଁ । ଡିଏଭି ପବ୍ଲିକ୍ ସ୍କୁଲ୍ ୟୁନିଟ୍-୮ରେ ୮ରୁ ୧୪ତାରିଖ ପର୍ଯ୍ୟନ୍ତ ଆୟୋଜିତଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥିରୂପେ ଯୋଗଦାନ କରି ବିଶିଷ୍ଟ ସାହିତି୍ୟକ ଡ. ମୃତୁ୍ୟଞ୍ଜୟ ରଥ ପୁସ୍ତକ ପଠନ ଦ୍ୱାରା ଆମର ଜ୍ଞାନ ସୁଦୂର ପ୍ରସାରୀ ହେବା ସହିତ ବିଶ୍ୱର ସାମଗ୍ରିକ ଖବର ଏହା ମାଧ୍ୟମରେ ଉପଲବ୍ଧ ବୋଲି ଉଲ୍ଲେଖ କରିଥିଲେ । ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥିରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଜୀବନତମାମ ପୁସ୍ତକ ପଠନ ଜାରି ରଖି ଜ୍ଞାନ ଅନ୍ୱେଷୀ ହେବା ପାଇଁ ପରାମର୍ଶ ଦେଇଥିଲେ ।
ସପ୍ତାହବ୍ୟାପୀ ଆୟୋଜିତ ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନର ମହତ୍ତ୍ୱ ସଂପର୍କରେ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ କବିତା, ଗଳ୍ପ ଓ ପ୍ରବନ୍ଧ ଇତ୍ୟାଦି ଛାତ୍ରଛାତ୍ରୀ ଓ କର୍ମ•ରୀମାନଙ୍କ ଦ୍ୱାରା ପଠନ କରାଯାଇଥିଲା । ସେହିପରି ବିଦ୍ୟାଳୟର କୁନି କୁନି ପିଲାମାନେ ବିଭିନ୍ନ କୌତୁକ ବେଶ ପରିଧାନ କରି ପୁସ୍ତକ ପଠନର ଆବଶ୍ୟକତା ସଂପର୍କରେ ନିଜସ୍ୱ ମତାମତ ପ୍ରକାଶ କରିଥିଲେ ଯାହାକି ଅତ୍ୟନ୍ତ ଆକର୍ଷଣୀୟ ଥିଲା । ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଈପ୍ସିତା ଦାସ ନିୟମିତ ପୁସ୍ତକ ପଠନ ଅଭ୍ୟାସ ସହ ପୁସ୍ତକକୁ ନିଜର ପରମ ବନ୍ଧୁ ବୋଲି ବିବେଚନା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ।