Odisha news

ବିଦ୍ୟୁତ୍ ଖୁଣ୍ଟକୁ ବାଡାଇହେଲା ବାଇକ୍ , ଜଣେ ମୃତ , ଜଣେ ଆହତ 

0
ବୁଗୁଡ଼ା : ତ୦୩/୦୩/୨୪ :  ବୁଗୁଡ଼ା ଥାନା ଅନ୍ତର୍ଗତ ଡାକରାବାଡି ଗାଁ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍ ପଛରେ ବସିଥିବା ଜଣକ ଆହାତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମର ଭୀମସେନ ସ୍ବାଇଁ (୪୨)ଏବଂ ଆହତ ଜଣକ ଡାକରାବାଡି ଗ୍ରାମର ଫକୀର ବିଷୋୟୀ । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନ ସାଢେ ଚାରିଟା ବେଳେ ଭୀମସେନ ଓ ତାଙ୍କର ସଢୁ ଫକୀର ଗୋଟିଏ ବାଇକରେ ବସି ଡାକରାବାଡି ଗାଁରୁ ଗୋଲାମୁଣ୍ଡୁଳା ଗାଁକୁ ଆସୁଥିଲେ । ଡାକରାବାଡି ଗାଁ ପାର ହେବା ପରେ ବାଇକର ଚକ ସ୍ଲିପ୍ ହେବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡସ୍ଥ ଏକ ବିଦ୍ଯୁତ୍ ଖୁଣ୍ଟ ସହ ଧକ୍କା ହୋଇଥିଲା  । ବିଦ୍ଯୁତ୍ ଖୁଣ୍ଟକୁ ଭୀମସେନଙ୍କ ମୁଣ୍ଡ ବଡ ଜୋରରେ ବାଡାଇହୋଇ ଫଡା ହୋଇଯାଇଥିବା ବେଳେ କଚାଡି ହୋଇ ପଡିଥିବା ଫକୀରଙ୍କ ମଣ୍ଡକୁ ମଧ ଆଘାତ ଲାଗିଥିଲା । ଦୁର୍ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଦୁହିଁଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା  ।  ମେଡିକାଲରେ ପହଞ୍ଚିବା ପରେ ଭୀମସେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ତାଙ୍କର ସଢୁ ଫକୀରଙ୍କ ପ୍ରାଥମିକ ଉପଚାର କରାଯାଇଥିଲା  । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି ।
Leave A Reply