ବୁଗୁଡ଼ା : ତା ୨୧/୦୨/୨୪ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ବଳରାମ ମହାରଣା ଏବଂ ସମ୍ମାନିତ ଅତିଥ୍ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ମାଆ , ମାତୃଭୂମି ଓ ମାତୃଭାଷା ପ୍ରତି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ଏବଂ ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି ବଡ ହୋଇପାରି ନାହିଁ କି ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହ ଗୁରୁଜୀ ରବିନ୍ଦ୍ର କୁମାର ଦାଶ ଓ ଗାନ୍ଧୀ ପ୍ରଧାନ , ଗୁରୁମା ସୁମତି ମିଶ୍ର , ଛାତ୍ରୀ ବିଦ୍ୟାଙ୍ଗିନୀ ବେବର୍ତ୍ତା ଓ ଯସ୍ମିନ ରାଣୀ ଦାଶ ପ୍ରମୁଖ ସ୍ୱ ସ୍ବ ସାରଗର୍ଭକ ଅଭିଭାଷଣରେ ସମ୍ପ୍ରତି ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆଙ୍କ ପାଇଁଏକ ଆହ୍ବାନ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ମୁଖ୍ୟ ଅତିଥି ବଳରାମଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ତାକ୍ଷରୀ , ଆଶୁ ଭାଷଣ , ଗୀତା ଆବୃତ୍ତି ଓ ପୁସ୍ତକ ପଠନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁମା ସସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ଗୀତାରାଣୀ ସାହୁ ଅମୃତବଚନ ପ୍ରଦାନ ଏବଂ ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।