Odisha news

ପଞ୍ଚାୟତ ଉନ୍ନୟନ ସୂଚକ ସଂପର୍କିତ ତାଲିମ ଶିବିର ଉଦଯାପିତ 

0
ବୁଗୁଡା : ତା ୧୩/୧୦/୨୩ :  ବୁଗୁଡା ପଞ୍ଚାୟତ ସମିତି ସଭା ଗୃହରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚାୟତ ଉନ୍ନୟନ ସୂଚକ ସଂପର୍କିତ ତିନି ଦିନିଆ ତାଲିମ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ବୁଧବାର ଦିନ ଏହି ତାଲିମି ଶିବିରକୁ ପଞ୍ଚାୟତ ସମିତିର ଅଧକ୍ଷ କେ ପ୍ରିୟଦର୍ଶିନୀ ଆଚାରୀ   ,ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ଅନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। । ଏଥିରେ ପ୍ରତ୍ୟେକ ଦିନ ୭ଟି ଗ୍ରାମ ପଞ୍ଚାୟତର ୧୧ ଜଣ ଆଗଧାଡିର କର୍ମଚାରୀଙ୍କୁଏହି ପଞ୍ଚାୟତ ଉନ୍ନୟନ ସୂଚକ ସମ୍ପର୍କିତ ତାଲିମ୍ ପ୍ରଦାନ କରାଯାଇଥିଲା।  ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ତଥା ସିଡିପିଓ ବବିତା କୁମାରୀ ପଣ୍ଡା, ବିଏସ୍ଏସ୍ଓ ସୁପ୍ରିୟା ତ୍ରିପାଠୀ ,ସିପି ତୁଷାର ରଂଜନ ପ୍ରଧାନ, ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଏ.ରାମା ରାଓ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଶିବିରରେ ଯୋଗ ଦେଇ  ବିଭିନ୍ନ ବିଭାଗ ସମ୍ପର୍କିରେ ତାଲିମ୍ ପ୍ରଦାନ କରିଥିଲେ । ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମନୋଜ କୁମାର ସାହୁ ନୋଡାଲ ଅଧିକାରୀ ଭାବରେ ଏହି ତିନି ଦିନିଆ  ତାଲିମ୍ ଶିବିରକୁ ସୁଚାରୁ ରୂପେ ପରିଚାଳନା  କରିଥିଲେ । ଉକ୍ତ ଶିବିରରେ ପ୍ରତ୍ୟେକ ପଞ୍ଚାୟତରୁ ଜଣେ ଲେଖାଏଁ ଶିକ୍ଷକ, ପିଇଓ, ଜିଆରଏସ୍ ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନ୍ଏମ୍, ଏମବିକେ ଆଦି ଆଗଧାଡ଼ିର ୧୧ ଜଣ କର୍ମଚାରୀ ଯୋଗ ଦେଇଥିଲେ।
Nalco
Leave A Reply