Odisha news

ଭାଣିଜୀକୁ ଦୁଇ ଯୁବକଙ୍କ ଅଶ୍ଳୀଳ ଇଙ୍ଗିତ, ମାମୁଁ ପଚାରିବାରୁ ଛୁରୀରେ ଭୂଷି ଆକ୍ରମଣ

0

ବୁଗୁଡା ୧/୮(Hara Prasad Padhi) : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର କାଳୁ ଚରଣ ନାୟକ ନିଜ ଭାଣିଜୀକୁ କାହିଁକି ଅଶ୍ଳୀଳ ଇଙ୍ଗିତ ଓ କମେଟ ଦେଲ ବୋଲି ପଚାରିବାରୁ ଅଭିଯୁକ୍ତ ରାଜା ଓରଫ କ୍ରିଷ୍ଣା ଜେନା ଓ ମିଥୁନ ପ୍ରଧାନ ଦୁହେଁ ମାମୁଁ କାଳୁ ଚାରଣଙ୍କୁ ଛୁରୀରେ ଭୂଷି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥବା ଯୋଗୁଁ ପୋଲିସ ଦ୍ୱାରା ଗିରଫ ହୋଇ ହୋଇଥବା ଜଣାପଡିଛି। ଘଟଣା ପ୍ରକାରେ ଗତ ୩୦/୭/୨୦ ତାରିଖ ସନ୍ଧ୍ୟାରେ କାଳୁ ଚରଣ ନାୟକଙ୍କ ଭାଣିଜୀ ଠାକୁରାଣୀ ମନ୍ଦିର ଦେଇ ଘରକୁ ଆସୁଥିବା ବେଳେ ଗୌଡ଼ଆ ବୋରଦା ଗ୍ରାମର ରାଜା ଓରଫ କ୍ରିଷ୍ଣା ଜେନା ଓ ମାଣିତରା ଗ୍ରାମର ମିଥୁନ ପ୍ରଧାନ ଦୁଇ ଯୁବକ କାଳୁଙ୍କ ଭାଣିଜୀକୁ ଅଶ୍ଳୀଳ ଇଙ୍ଗିତ ଓ ଭାଷା ପ୍ରୟୋଗ କରି କମେଟ ମାରିଥିଲେ। ମାମୁଁ କାଳୁ ଘରକୁ ଆସିବା ପରେ ଭାଣିଜୀ ଅଶ୍ଳୀଳ ଇଙ୍ଗିତ ଓ ଭାଷା ପ୍ରୟୋଗ କରିଥିବା ବିଷୟ କହିଥିଲେ।

ଭାଣିଜୀ କହିବା ପରେ କାଳୁ ଚରଣ ନାୟକ  ପୋଲେଇ ସାହିକୁ ଯାଇ ମିଥୁନ ଓ କ୍ରିଷ୍ଣା କୁ ମୋ ଭାଣିଜୀକୁ କାହିଁକି ଖରାପ ବ୍ୟବହାର କରିଥିଲ ବୋଲି ପାଚରିବାରୁ ହତାତ୍ ରାଜା ଓରଫ କ୍ରିଷ୍ଣା ଜେନା ଆସି ତତେ ଜୀବନରେ ମାରିଦେବି କହି ଏକ ଛୁରୀରେ କାଳୁର ଛାତିକୁ ଭୂଷି ଦେବାବେଳେ କାଳୁ ପ୍ରତିରୋଧ କରିଥିଲେ। ଏହାଦେଖି ମିଥୁନ ପ୍ରଧାନ କାଳୁଙ୍କ ଧରି ପକାଇଥିବା ବେଳେ କ୍ରିଷ୍ଣା ଛୁରୀରେ କାଳୁଙ୍କ ପେଟକୁ ଭୂଷି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲା। ରକ୍ତାକ୍ତ ଅବସ୍ଥାରେ ଗ୍ରାମଲୋକେ କାଳୁଙ୍କୁ ବୁଗୁଡା ମେଡିକାଲକୁ ନେଇଥିଲେ।

ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ୩୧ ତାରିଖରେ ଏତଲା ଦେବାପରେ ବୁଗୁଡା ଥାନା କେଶ ନଂ ୨୦୫/୨୦ ଧାରା ୫୦୯, ୩୨୪, ୩୦୭, ୩୪ ଆଇପିସି ପ୍ରକାରେ ଏକ ମାମାଲ ରୁଜୁକରି ଶନିବାର ଦିନ ରାଜା ଓରଫ କ୍ରିଷ୍ଣା ଜେନା ଓ ମିଥୁନ ପ୍ରଧାନ ଦୁଇ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Leave A Reply