Odisha news

ସତ୍ୟବାଦୀ ବ୍ଲକରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ

0
ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି. ଏହି ବ୍ଲକ ଅନ୍ତର୍ଗତ ସୁଆଁଲୋ ଗ୍ରାମର କରୋନା ପଜିଟିଭ ଯୁବକଙ୍କ ଧର୍ମପତ୍ନୀ, ଡିହସାହି ଗ୍ରାମର କରୋନା ପଜିଟିଭ ବାଳକଙ୍କ ଭାଇ ଓ ମା, ଗୋପାଳ ପୁର ପାଟଣା ଜନୈକା ମହିଳା ପୋଲିସ କର୍ମଚାରୀ ଓ ବରାଳ ହରିଜନ ସାହିର ଜଣେ ଯୁବକ. ମହିଳା ପୋଲିସ କର୍ମଚାରୀ ଓ ବରାଳ ଯୁବକଙ୍କର  ସଂକ୍ରମଣର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯାଞ୍ଚ ଆରମ୍ଭ ହୋଇଅଛି.

କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ସମସ୍ତ ଗ୍ରାମକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି. ଗ୍ରାମ   ଗୁଡିକର ସମସ୍ତ ସଂଯୋଗ ପଥକୁ ସିଲ କରାଯାଇଛି. ବାହାର ଅଞ୍ଚଳର ଜନସାଧାରଣଙ୍କୁ ଏହି ଗ୍ରାମ ମାନଙ୍କୁ ଆସିବା ଓ ଏହି ଗ୍ରାମବାସୀ ମାନେ ବାହାରକୁ ନ ଯିବା ନିମନ୍ତେ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି.

Leave A Reply