Odisha news

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସାଧାରଣ ବୈଠକ

0

ବୁଗୁଡ଼ା : ତା ୧୩/୦୧/୨୩ : ବୁଗୁଡ଼ା ବ୍ଲକ ବେତାରସିଂ ଗ୍ରାମରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ଏକ ସାଧାରଣ ବୈଠକ ଅଞ୍ଚଳ ସଭାପତି ଗୌର ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବେତାରସିଂ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୬ଟି ଗ୍ରାମ୍ଯ କମିଟି, ୩ଟି ମଣ୍ଡଳ କମିଟି ଓ ଅଞ୍ଚଳ ପରିଷଦର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏ ଅବସରରେ ପୂର୍ବ ମହାସଭା ସମ୍ପର୍କେ ଆଲୋଚନା କରାଯିବା ସହ ସମାଜରେ ବାଲ୍ଯ ବିବାହ ବନ୍ଦ କରିବା , ବୃଦ୍ଧବୃଦ୍ଧାଙ୍କ କଲ୍ଯାଣ ସାଧନ , ନାରୀ ସୁରକ୍ଷା ଓ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି ଆଦି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା । ଏଥିସହ ଯୁଗୋପଯୋଗୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଚଳିତ ସାମାଜିକ ସମ୍ବିଧାନ ନିୟମ ପରିବର୍ତ୍ତନ /ସଂଶୋଧନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଅଞ୍ଚଳ ସମ୍ପାଦକ ଅମ୍ବିକା ପ୍ରସାଦ ବିଷୋୟୀଙ୍କ ସମେତ କେନ୍ଦ୍ର ପରିଷଦ, ଗ୍ରାମ୍ଯ କମିଟି ଓ ମଣ୍ଡଳ କମିଟିର କର୍ମକର୍ତ୍ତାଗଣ ଉପସ୍ଥିତ ରହି ସ୍ବ ସ୍ବ ମତ ବ୍ୟକ୍ତ କରିଥିଲେ ।

Nalco
Leave A Reply