Odisha news

ଡିଏଭି ପିଟି .ଏସ୍ ଆର୍ ପବ୍ଲିକ ସ୍କୁଲରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଓ ବିବେକାନନ୍ଦ ଜନ୍ମ ଜୟନ୍ତୀ ବା ଜାତୀୟ ଯୁବ ଦିବସ

0

ଭଞ୍ଜନଗର ‐  ଡିଏଭି.ପିଟି .ଏସ. ଆର୍ ପବ୍ଲିକ୍ ସ୍କୁଲ ପରିସରରେ ‘ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ  ଓ ଜାତୀୟ  ଯୁବ ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହିଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ବିଭାଗ ଓ ବନବିଭାଗ ତଥା କିଛି ସମାଜ ସେବୀ ମଧ୍ୟ ଯୋଗଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅତିଥିଙ୍କୁ ସ୍ବାଗତ କରି ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରିବହନ ବିଭାଗର RTO ,EMVI, ବନବିଭାଗର ଶୂଳପାଣି ଶତପଥୀ ଇତ୍ୟାଦି ଯୋଗଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଷଷ୍ଠ’ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।ଶିକ୍ଷାର୍ଥୀଙ୍କୁ ଏହି ସପ୍ତାହ ପାଳନର ମହତ୍ତ୍ବ ସମ୍ପର୍କରେ ତଥ୍ୟ ବା ନିଜର ବକ୍ତବ୍ୟ ରଖିଥିଲେ ।ତତ୍ ସହିତ ବିଭିନ୍ନ ଭିଡ଼ିଓ ମଧ୍ୟ ଦେଖାଇଥୀଲେ ଏବଂ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ କିପରି ସଚେତନ ହୋଇ ଗଲେ ଜୀବନ ସୁରକ୍ଷିତ ହୋଇ ରହିବ ତାହା ସମ୍ବନ୍ଧରେ ଜ୍ଞାତ କରାଇଥିଲେ । ଶିଶୁଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି କୄତି ଶିଶୁଙ୍କୁ ପୁସସ୍କାର ପ୍ରଦାନ କରିଥିଲେ ।ତତ୍ ସହିତ ବିଦ୍ୟାଳୟରେ ବିବେକାନନ୍ଦଙ୍କ ଜନ୍ମଦିବସ ମଧ୍ୟ ପାଳନ କରାଯାଇଥିଲେ ।

Nalco
Leave A Reply