ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ଛାତ୍ର-ଛାତ୍ରୀଙ୍କ ପ୍ରବେଶ ଉତ୍ସବ
ବୁଗୁଡା:-ତା-୨୫-୦୯-୨୦୨୨ ଚଳିତ ଶିକ୍ଷାବର୍ଷ -୨୦୨୨-୨୩ ପାଇଁ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ଥିବା ବିଜ୍ଞାନ ଓ କଳା ଛାତ୍ର ଛାତ୍ରୀ ମାନଙ୍କ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ପ୍ରବଶ ଦ୍ବାର ଠାରେ ଅଧ୍ୟାପକ- ଅଧ୍ୟାପିକା ଓ କର୍ମଚାରୀ ମାନେ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଛାତ୍ରଛାତ୍ରୀ ମାନେ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ନିଜନିଜର ଶିକ୍ଷା ବର୍ଷର ଆରମ୍ଭର ଶୁଭ କାମନା ମନାସି ଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ,ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା,ସରୋଜ କାନ୍ତ ଦାଶ,ବିଭୁତି ଭୁଷଣ ବେବର୍ତ୍ତା,ଡ.ଦିଲ୍ଲିପ କୁମାର ପ୍ରଧାନ,କିଶୋର ଚନ୍ଦ୍ର ପଣ୍ଡା, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ,
ଭାବଗ୍ରାହୀ ପଣ୍ଡା, ସଞ୍ଜୟ କୁମାର ପାତ୍ର,ସଞ୍ଜୟ କୁମାର ବିଷୋୟୀ,ସନ୍ତୋଷ କୁମାର ପରିଡା ପ୍ରମୁଖ ଯୋଗଦେଇ ସ୍ବାଗତ କରିଥିଲେ । ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
