Odisha news

ଏ ବର୍ଷ ଶୁଭିବ ବୋଲବମ୍ ନାରା , ବଢୁଛି କାଉଡିଆଙ୍କ ଉତ୍କଣ୍ଠା , ଜମୁଛି ପୂଜା ସାମଗ୍ରୀର ବେପାର

0
ବୁଗୁଡ଼ା : ୧୬/୦୭/୨୨ : ଶ୍ରାବଣ ମାସର ଶୁଭାରମ୍ଭ ହୋଇଯାଇଛି । ଏଣିକି ବାଟେ ଘାଟେ ଶୁଭିବ ବୋଲବମ୍ ଓ ହର ହର ବମ୍ । କାଉଡ଼ି ଯାତ୍ରା ପାଇଁ ବୁଗୁଡ଼ା ଅଞ୍ଚଳ ଏବେ ଚଳଚଞ୍ଚଳ । ବାହୁଙ୍ଗି ସହିତ କାଉଡିଆ ପୋଷାକ କିଣିବା ପାଇଁ ସହରର ଗଣେଶ ବଜାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।ଏଇ କିଛି ଦିନ ହେଲା ଅଞ୍ଚଳରେ କାଉଡ଼ିଆଙ୍କପ୍ରସ୍ତୁତି ପାଇଁ ବିଭିନ୍ନ ଉପକରଣ ଏବଂ ପୂଜା ସାମଗ୍ରୀର ବିକ୍ରିବଟା ଆରମ୍ଭ ହୋଇଛି । ଏ ବର୍ଷ ଜୁଲାଇ ୧୮ରେ ପଡୁଛି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କ ଠାରେ ମାନସିକ ରଖି କାଉଡିଆ ପଦଯାତ୍ରାରେ ବାହାରିବେ । ଆସିକା ସ୍ଥିତ ରୁଷିକୁଲ୍ଯା ନଦୀରୁ ପାଣି ଉଠାଇ ଆଣି କୁବେରେଶ୍ୱର ଏବଂ ବୁଦ୍ଧଖୋଲର ପଞ୍ଚଶମ୍ଭୁଙ୍କଠାରେ ଢାଳିବା ପାଇଁ ପ୍ରବଳ ଗହଳି ହୋଇଥାଏ । ଏନେଇ ଏଠାକାର ଦୋକାନୀମାନେ ବୋଲବମ୍ ସାମଗ୍ରୀ ସଜାଇ ରଖିଛନ୍ତି।
ଶିବଙ୍କ ଫଟୋ ଥିବା ସାର୍ଟ ସାଙ୍ଗକୁ ପ୍ୟାଣ୍ଟ୍ ଏବଂ ବାହୁଙ୍ଗି, ଗାମୁଛା, ହ୍ୟାଣ୍ଡ୍‌ ବ୍ୟାଣ୍ଡ୍‌, ବ୍ୟାଗ୍, ଲଟକନ୍, ରୁଦ୍ରାକ୍ଷ ମାଳି ଆଦି ବିଭିନ୍ନ ସାମଗ୍ରୀ ମିଳୁଛି । ଏଥିସହ ଘଣ୍ଟି,ଢ଼ାଳ, ଶିକା, ଶିବମୂର୍ତ୍ତି, ତ୍ରିଶୂଳ ଭଳି ବହୁ ପ୍ଲାଷ୍ଟିକ୍ ମୂର୍ତ୍ତି କିଣି ନେଉଛନ୍ତି ଶ୍ରଦ୍ଧାଳୁ । ବାହୁଙ୍ଗିରେ ପାଣି ଭାର ନେଇ ଯିବା ପାଇଁ ପ୍ଲାଷ୍ଟିକ୍ ଓ ପିତ୍ତଳ ଢାଳ ବଜାରରେ ବିକ୍ରି ହେଉଛି । ଚନ୍ଦନ, ପଇତା, ମହୁ,ଗଙ୍ଗାଜଳ, କଉଡ଼ି, ଗୁଆ, ହରଡ଼ା, ବେଣାଚେର, ଲବଙ୍ଗ, ଅଳେଇଚ, ଶ୍ରୀକର୍ପରୁ, କେଶର, ରଙ୍ଗ କପଡ଼ା, ଦଉଡି ଭଳି ବିବିଧ ପୂଜା ସାମଗ୍ରୀର ପ୍ୟାକେଟ୍ ୨୫ ଟଙ୍କାରେ ବିକ୍ରି ହେଉଛି।
ବୋଲବମ୍ ସାର୍ଟ୍ ୭୫ରୁ ୨୫୦ ଟଙ୍କା ଏବଂ ପ୍ୟାଣ୍ଟ୍‌ ୧୦୦ ଟଙ୍କାରୁ ୩୦୦ ଟଙ୍କା । ସେହିଭଳି ଦୁଇଟି ପିତ୍ତଳ ଢାଳ ୧୮୦ ଟଙ୍କାରୁ ୫୦୦ ଟଙ୍କା ଏବଂ ଗାମୁଛା ୫୦ରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ପିତ୍ତଳ ଘଣ୍ଟି ୩୦ ରୁ ୨୦୦ଟଙ୍କା ଏବଂ ଘାଗୁଡ଼ି ଏକ ହଳ ୨୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ତେବେ ବୋଲବମ ସାମଗ୍ରୀର ପୁରା ସେଟ୍ ୬୦୦ରୁ ଆରମ୍ଭ କରି ୧୦୦୦ ଟଙ୍କାରେ ବିକ୍ରି ହେଉଛି  । କୋରିଡ୍ ପାଇଁ ଦୁଇବର୍ଷ ଧରି ବୋଲବମ୍ ବନ୍ଦ ରହିଥ
Nalco
Leave A Reply