ବୁଗୁଡା : ତା ୧୬/୦୭/୨୨ : ସ୍ଥାନୀୟ ଏନ୍ଏସି ପ୍ରଶାସନ ପକ୍ଷରୁ ପଲିଥିନ ଧରପଗଡ ସହ ଜରିମାନା ଆଦାୟ କରାଯାଇଛି । ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଂଜନ ଦାସଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ବେଆଇନ ଭାବେ ବିକ୍ରି ଓ ବ୍ଯବହୃତ ପଲିଥିନ ଧରପଗଡ କରିଥିଲେ ଏବଂ ପଲିଥିନ ବ୍ଯବହାର ନକରିବା ପାଇଁ ସଚେତନ କରିଥିଲେ । ବିଭିନ୍ନ ଦୋକାନରେ ପଲିଥିନ ଧରପଗଡ କରାଯାଇ ବ୍ଯବସାୟୀମାନଙ୍କଠାରୁ ୨୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଉକ୍ତ ଧରପଗଡରେ ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ରାମକୃଷ୍ଟ ପଟ୍ଟନାୟକ, ବିରଞ୍ଚି ନାରାଯଣ ପାତ୍ର, ମୁନା ଗୌଡ, ସୁଶାନ୍ତ କୁମାର ଜେନା ଆଦି କର୍ମଚାରୀ
ସାମିଲ ହୋଇଥିଲେ।
