Odisha news

କାର୍ ଧକ୍କାରେ ମାଆ ଓ ପୁଅ ଆହତ

0

ବୁଗୁଡ଼ା : ତା ୧୧/୦୬/୨୨ : ସ୍ଥାନୀୟ ମେଡିକାଲ ଛକ ନିକଟରେ ଏକ କାର ଧକ୍କାରେ ମାଆ ଓ ପୁଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବ୍ରହ୍ମପୁରରୁ  କୁରାଳ ଗ୍ରାମ ଅଭିମୁଖେ ଯାଉଥିବା ଏକ କାର (ନଂ-ଓଡି ୦୨ ବିଏସ୍ ୩୭୧୬ ) ମେଡିକାଲ ଛକ ନିକଟରେ ଅନ୍ଯମନସ୍କ ହୋଇ ଏକ କାଠପଟା ଟ୍ରଲିକୁ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲି ସହ ରାସ୍ତା ପାର୍ଶ୍ବରେ ରହିଥିବା ଅନ୍ଯ ଚାରୋଟି ବାଇକ୍ ମଧ୍ୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଥିଲା । ଏଥିସହ ଟ୍ରଲି ଚାଳକ ପୁଅ ଦିଗାମ୍ବର ରାଉତ ଓ ସେଥିରେ ବସିଥିବା ମାଆ ଶଶୀ ରାଉତ ଫୋପାଡ଼ି ହୋଇ ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ସେ ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ  ।ଦୁର୍ଘଟଣାରେ ମାଆର ମୁଣ୍ଡ ଫାଟିଯାଇଥିବା ବେଳେ ପୁଅର ଦେହସାରା ଖଣ୍ଡିଆ ଖାବରା ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାରକୁ ଥାନାକୁ ଆଣି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Nalco
Leave A Reply