Odisha news

ଉପଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ, ଘରେ ସଙ୍ଗରୋଧ ଙ୍କୁ ଅନୁଧ୍ୟାନ, ୩ ଚାହା ଦୋକାନ ସିଲ, ଓ ଦୁଇ ଗ୍ୟାସ ସିଲିଣ୍ଡର ଜବତ

0

ବୁଗୁଡା :  ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ଦିନ ବୁଗୁଡା ଗସ୍ତରେ ଆସି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଜ ଗୃହରେ ସଙ୍ଗରୋଧରେ ଥିବା ଅନୁଧ୍ୟାନ କରିବା ସହ ୩ ଚାହା ଜଳଖିଆ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ଦୋକାନ ସିଲ ଓ ୨ ଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ଜଣାପଡିଛି। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପ୍ରଥମେ ବୁଗୁଡାର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ମାନୁୟୁଆଲ ଟେଷ୍ଟ କରିଥିଲେ।

ସେଠାରୁ ବୁଗୁଡା ସହରରେ ନିଜ ଘରେ ଯେଉଁ ବ୍ୟକ୍ତିମାନେ ସଙ୍ଗରୋଧରେ ଅଛନ୍ତି ସେହି ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ଘର ସମ୍ମୁଖରେ କୋଭିଡ ୧୯ ସୂଚନା ପତ୍ର ଲାଗିଛି ନା ନାହିଁ ଓ ସଙ୍ଗରୋଧରେ ଥିବା ବ୍ୟକ୍ତି ବାହାରକୁ ଆସୁଛନ୍ତି ନା ନାହିଁ ଅନୁସନ୍ଧାନ କରିଥିଲେ। ଏହି ସମୟରେ ବୁଗୁଡା ବଡ ଦାଣ୍ଡରେ ୩ ଟି ଚାହା ଜଳଖିଆ ଦୋକାନୀ ଲକ ଡାଉନ ନିୟମ ନମାନି ସାମାଜିକ ଦୂରତା ଭଙ୍ଗ କରି ବ୍ୟବସାୟ କରୁଥିବା ଦେଖି ତିନି ଦୋକାନକୁ ସିଲ କରିବା ସହ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ।

ଏଥିସହ ସେହି ବ୍ୟବସାୟୀ ମାନେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବସାୟରେ ବିନିଯୋଗ କରୁଥିବା ଯୋଗୁଁ ଦୁଇଟି ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ କରିଥିଲେ। ଉପଜିଲ୍ଲାପାଳଙ୍କ ସହ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀରମୋହନ ମାଝୀ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply