ଲୋକକଲ୍ୟାଣକାରୀ ଏବଂ ଯୁଗାନ୍ତକାରୀ ବଜେଟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ସହିତ ସମାଜର ସବୁ ବର୍ଗ ଓ ଅଂଚଳବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ନିମନ୍ତେ ବଜେଟରେ ଆର୍ଥୀକ ବ୍ୟବସ୍ଥା କରାଯାଇଛି
ଭୁବନେଶ୍ୱର, ତା.୧୭/୦୨: ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯାଇଛି । ଏହି ବଜେଟରେ ୧୬ ନୂତନ ଜନକଲ୍ୟାଣକାରୀ ଯୋଜନା ସହ ସର୍ବକାଳୀନ ଓ ସର୍ବାଧିକ ୨.୯୦ ଲକ୍ଷ କୋଟି ଟଙ୍କାର ରେକର୍ଡ ପରିମାଣର ରାଜ୍ୟ ବଜେଟ ଆଜି ଆଗତ କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଗ୍ରାଧିକାର ବିଶେଷ ଭାବେ ମଧ୍ୟବିତ, ଅନ୍ନଦାତା, ମହିଳା, ଯୁବକ, ଅନୁସୁଚିତ ଜାତି ଓ ଜନଜାତିଙ୍କ ଉନ୍ନତ ଜୀବନ ଧାରଣକୁ ଗୁରୁତ୍ୱ ଦେବା ସହିତ ରାଜ୍ୟର ସାମଗ୍ରିକ ଭିତିଭୁମିର ବିକାଶକୁ ନେଇ ସମୃଦ୍ଧ ଓଡିଶା ଗଠନର ଆକାଂକ୍ଷାକୁ ବାସ୍ତବ ରୂପାୟନ ପାଇଁ ଏହି ବଜେଟରେ ଖସଡା ପ୍ରସ୍ତୁତ କରାଯାଇଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏଥି ସହ ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ସହିତ ସମାଜର ସବୁ ବର୍ଗ ଓ ଅଂଚଳବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ନିମନ୍ତେ ବଜେଟରେ ଆର୍ଥୀକ ବ୍ୟବସ୍ଥା କରାଯାଇଛି । ଗ୍ରାମାଂଚଳ ଓ ସ୍ଥାନୀୟ ବିକାଶକୁ ପ୍ରାଧାନ୍ୟ ଦିଆଯାଇ ଅନେକ ନୂତନ ଯୋଜନାର ଶୁଭାରମ୍ଭ କରାଯିବା ସହିତ ବିଧାୟକମାନଙ୍କ ବାର୍ଷିକ ପାଂଠିକୁ ୩ ରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଗମନାଗମନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇ ସଡକ, ରେଳପଥ, ବିମାନ ବନ୍ଦରର ଭିତିଭୁମି ବିକାଶ ପାଇଁ ବଜେଟରେ ବରାଦ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
କୃଷି ଓ ଆନୁସାଙ୍ଗିକ କ୍ଷେତ୍ର ପାଇଁ ୩୭୮୩୮ କୋଟି, ଗ୍ରାମିଣ ବିକାଶ ପାଇଁ ୩୯୨୨୧ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୩୬୨୫ କୋଟି, ଶିକ୍ଷା କ୍ଷେତ୍ରରେ ୪୧୨୭୩ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୬୨୭୩ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୪୨୫୦ କୋଟି, ମହିଳା ସଶକ୍ତିକରଣ ପାଇଁ ୧୭୯୯୮ କୋଟି, ସହର ବିକାଶ ପାଇଁ ୯୯୮୫ କୋଟି ଟଙ୍କାର ବ୍ୟୟବରାଦ ସମୃଦ୍ଧ ଓଡିଶାର ଜୟଯାତ୍ରାର ଅୟମାରମ୍ଭ । ଏହା ବିକଶିତ ଓଡିଶା ଗଠନ ପାଇଁ “ଐତିହାସିକ, ଦୁରଦୃଷ୍ଟିସଂପନ୍ନ ବଜେଟ” ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଲୋକକଲ୍ୟାଣକାରୀ ଏବଂ ଯୁଗାନ୍ତକାରୀ ବଜେଟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଜ୍ଞାପନ କରିଛନ୍ତି ।