ନୂଆଦିଲ୍ଲୀ : ବ୍ରିଟେନ ପକ୍ଷରୁ G-7 ସମୂହର ଆଗାମୀ ବୈଠକରେ ସାମିଲ ହେବାପାଇଁ ଭାରତକୁ ନିମନ୍ତ୍ରଣ ପଠାଯାଇଛି l ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଜାନୁଆରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ଉପଲକ୍ଷ ମୁଖ୍ୟ ଅତିଥି ଭବରେ ସାମିଲ ହେବେ l ସୂଚନା ଅନୁସାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ,ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆଗାମୀ G-7 ସମିଳନୀରେ ସାମିଲ ହେବା ପାଇଁ ପତ୍ର ଲେଖିଛନ୍ତି l ଏହି ବୈଠକରେ ବ୍ରିଟେନ ଅଧକ୍ଷତା କରିବା l
ବିଶେଷଜ୍ଞ ମାନଙ୍କ ପକ୍ଷରୁ କୁହ ଯାଇଛି ଯେ G-7ରେ ସଦସ୍ୟ ଦେଶ ଓ ଭାରତ ,ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ ମିଳିତ ଭାବରେ ବିସ୍ତାର ବାଦୀ ଓ ଆକ୍ରମକ ଚୀନକୁ ଘେରିବେ l ଚୀନ ପାଇଁ ଲୋକତନ୍ତ୍ର ଦେଶ ମାନଙ୍କର ଏହି ସମୂହ ଗୋଟିଏ କଡା ଆହ୍ୱାନ ରହିବ l ବିସ୍ଲେସକ ମାନେ ଭାରତକୁ ନିମଂତ୍ରଣା ମିଳିଥିବା ଯୋଗୁ ଏହାକୁ ଗୋଟିଏ ବଡ଼ ଉପଲବ୍ଧି ବୋଲି କହିଛନ୍ତି l ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ଓ ବ୍ରିଟେନର ବନ୍ଧୁତାକୁ ମଝବୁତ କରିବା ପାଇଁ ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ l
ଜନ୍ସନ ବ୍ରିଟିଶର ଦୁତୀୟ ପ୍ରଧାନମନ୍ତ୍ରୀ ଅଟନ୍ତି ଯିଏ ଭାରତର ଗଣତନ୍ତ୍ର ଉତ୍ସବରେ ସାମିଲ ହେବେ l ଏହା ପୂର୍ବରୁ ୧୯୯୩ ରେ ବ୍ରିଟେନର ପୂର୍ବତମ ପ୍ରଧାନମନ୍ତ୍ରୀ ଜନ ମେଜର ଗଣତନ୍ତ୍ର ଦିବସର ଅତିଥି ହୋଇଥିଲେ l ଜନ୍ସନ ଭାରତର ନିମନ୍ତ୍ରଣ ସ୍ୱୀକାର କରିବା ପରେ କହିଥିଲେ ଯେ ଏହା ବ୍ରିଟେନ ପାଇଁ ଏକ ରୋମାଞ୍ଚକର ବର୍ଷ ରହିବ l ସେ ଆହୁରି ମଧ୍ୟ କହିଛନ୍ତି ଇଣ୍ଡୋ ପେସିଫିକ କ୍ଷେତ୍ରରେ ଭାରତ ଗୋଟିଏ ମହତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେଇଛି l ଭାରତ ବ୍ରିଟେନ ମିଳିତ ଭାବରେ ଉଭୟ ଦେଶର ବିକାଶକୁ ବଢାଇବା ବିଷୟରେ ଆଲୋଚନା କରିବେ l
