Odisha news

ସମୁଦ୍ର ପାର କରି ପ୍ରେମିକାଙ୍କୁ ଦେଖା କରିବାକୁ ଗଲେ ପ୍ରେମିକ : ଭୋଗିଲେ ….

0

ନୂଆଦିଲ୍ଲୀ : ସ୍କଟଲ୍ୟାଣ୍ଡର ଜଣେ ବ୍ୟକ୍ତି ନିଜ ପ୍ରେମିକ ସହିତ ଦେଖା କରିବା ପାଇଁ ସମୁଦ୍ର ପାର କରି ଯାଇଥିଲେ ,କିନ୍ତୁ କରୋନା ମହାମାରୀର ନିୟମ ତାଙ୍କୁ ଜେଲରେ ପହଞ୍ଚାଇ ଦେଲା l ୨୮ ବର୍ଷିୟ ଡେଲ କେବେବି ଏହା ପୂର୍ବରୁ ପାଣିରେ ସ୍କୁଟର ଚଳାଇ ନଥିଲେ l କିନ୍ତୁ ସେ ନିଜର ପ୍ରେମିକ ସହିତ ସାକ୍ଷାତ କରିବା ପାଇଁ ଅଟେ ବ୍ୟଥିତ ଥିଲେ ଯେ ସେ ଗୋଟିଏ ଜେଟ ଭଳି ଅଇରୀଶର ସମୁଦ୍ରକୁ ପାର କରିଗଲେ l ଡେଲ ସ୍ୱୀକାର କରିଛନ୍ତି ଯେ ଅଏଲ ଅଫ ମେନ ଦ୍ୱୀପ ଉପରକୁ ନିୟମ ଉଲଂଘନ କରି ଯାଇଛନ୍ତି , ସେହି କାରଣରୁ ତାଙ୍କୁ ୪ ସପ୍ତାହ ପାଇଁ ଜେଲ ଦଣ୍ଡ ଶୁଣାଣି ହୋଇଛି l

ସେଠାକାର ନିୟମ ଅନୁସାରେ କେବଳ ଅନୁମତି ପାଇଥିବା ବ୍ୟକ୍ତି ଗୋଟିଏ ନନ ରେସିଡେନ୍ସ ଲୋକ ଭାବରେ ଯାଇ ପାରିବେ l ଡେଲ ଏହା ପୂର୍ବରୁ ଏହି ଦ୍ୱୀପକୁ ଆସିବାକୁ ଚେଷ୍ଟା କରିଥିଲେ l ସେ ସପ୍ଟେମ୍ବର ମାସରେ ଏହି ଚେଷ୍ଟା କରି ୧୪ ଦିନ ଐସୋଲେସନରେ ରହିଥିଲେ l ଡେଲଙ୍କ ଉପରେ ଆରୋପ ଲାଗିଛି ଯେ ସେ ଜାଣିଶୁଣି ଦ୍ୱୀପର ନିୟମକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି l କରୋନା ମହାମାରୀ ସମୟରେ ଏଠାରେ ରହୁଥିବା ଲୋକ ମାନଙ୍କ ପାଇଁ ବିପଦ ବଢ଼ାଇ ଦେଇଛନ୍ତି l

ଡେଲଙ୍କର ଓକିଲ କହିଛନ୍ତି ଯେ ଡେଲ ଅବସାଦ ଗ୍ରସ୍ତ ଥିବାରୁ ଏପରି ପଦକ୍ଷପ ନେଇଛନ୍ତି l ମାତ୍ର ଅଳ୍ପ ସମୟରେ ୪୦ କିଲୋମିଟରର ଯାତ୍ରା ସମୁଦ୍ର ଭିତରେ ପୁରଣ କରି ଡେଲ ନିଜ ପ୍ରେମିକ ସହିତ ନିଜ ପ୍ରେମିକ ସହିତ ଦେଖା କରିବାକୁ ପହଞ୍ଚିଥିଲେ l ବର୍ତ୍ତମାନ ସେ ପୋଲିସ ହାଜତ ରେ l

Leave A Reply