Odisha news

ମଦ ହ୍ରାସ କରୁଛି ବ୍ରେନର ଆକାର , ରୁହନ୍ତୁ ସତର୍କ : ରିସର୍ଚ୍ଚ 

0
କଣ ସନ୍ଧ୍ୟା ହେବା ମାତ୍ରକେ ଆପଣଙ୍କୁ ମଦ୍ୟ ପାନ କରିବାକୁ ଇଛା ହେଉଛି କି ? କଣ ଆପଣ ବିନା ମଦ୍ୟପାନ ରେ ଗୋଟିଏ ଦିନ ମଧ୍ୟ ରହି ପାରିବେ ନାହିଁ ?  ତେବେ ହୋଇ ଯାଆନ୍ତୁ ସାବଧାନ l ବୈଜ୍ଞାନିକ ଙ୍କ ଗବେଷଣା ରେ କୁହାଯାଇଛି ଯେ ଅତ୍ୟଧିକ ମଦ୍ୟ ପାନ ମସ୍ତିଷ୍କ କୁ ଛୋଟ କରି ଦେଇଥାଏ l
ଅଲକୋହଲ ର ମସ୍ତିଷ୍କ ଉପରେ ପ୍ରଭାବ -:
ଅମ ଶରୀର ର ମେଟାବୋଲିଯିମ ରେଟ ସ୍ଥିର ରହିଥାଏ l ତେଣୁ ଅତ୍ୟଧିକ ମଦ୍ୟ ପାନ ମେଟାବୋଲିଯିମ ରେଟ କୁ ଠିକ ଭାବରେ ପ୍ରୋସେସ କରି ପାରି ନଥାଏ l ମଦ୍ୟ ପାନ ର ପ୍ରଭାବ ୫ ମିନିଟ ରେ ମସ୍ତିସ୍ଜ ଉପରେ ଦେଖା ଯାଇଥାଏ ଓ ୧୦ ମିନିଟ ରେ ଏହାର ପ୍ରଭାବ ଶରୀର ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କୁ ବ୍ୟପି ଥାଏ l
* ଶରୀର ମଧ୍ୟ୍ୟକୁ ଆଲକୋହଲ ଯିବାର ୨୦ ମିନିଟ ପରେ ଲିଭର ଏହାକୁ ପ୍ରୋସେସ କରିବା ଆରମ୍ଭ କରିଥାଏ l ପ୍ରତି ଘଣ୍ଟାରେ ଲିଭର ଗୋଟିଏ ଆଉନସ ଅଲକୋହଲ କୁ ମେଟାବୋଲିଯିମ କରିଥାଏ l ମଦ ର ପ୍ରଭାବ ପରିସ୍ରା ରେ ୮୦ ଘଣ୍ଟା ପର୍ଯ୍ୟନ୍ୟ ଓ କେଶ ରୁମ ମୂଳରେ ୩ ମାସ ପର୍ଯ୍ୟନ୍ତ୍ ରହି ପାରିବ l
* ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ମଦ୍ୟ ପାନ ଏଭଳି ଭାବରେ ମସ୍ତିଷ୍କ କୁ ପ୍ରଭାବିତ କରିଥାଏ ଯେ ମସ୍ତିଷ୍କ କୁ ସୂଚନା ପହଞ୍ଚାଇବା ପାଇଁ ବାଧା ଆସିଥାଏ l ମସ୍ତିଷ୍କ ର ଆକାର ମଧ୍ୟ ହ୍ରାସ ହୋଇଥାଏ l
* ମଦ୍ୟ ପାନ ମେମୋରୀ ଲସ କରିବା ପାଇଁ ଚେଷ୍ଟା କରିଥାଏ l ଏହାଛଡା ଡିସିସନ ନେବା କ୍ଷମତା ହ୍ରାସ କରିଥାଏ l ଯଦି କେହି ଦୀର୍ଘ ସମୟ ପର୍ଯ୍ୟନ୍ତ ମଦ୍ୟ ପାନ କରିଥାଏ ତେବେ ମସ୍ତିଷ୍କ ର ଟିସୁଜ କ୍ଷତି ଗ୍ରସ୍ତ ହୋଇଥାଏ l
* ଥରେ ମଦ୍ୟ ପାନ କରିବା ପରେ ମସ୍ତିଷ୍କ ସାମାନ୍ୟ ହେବା ପାଇଁ ୧୫ ଦିନ ସମୟ ଲାଗିଥାଏ l ତେଣୁ ଏହି ୧୫ ଦିନ ମଧ୍ୟରେ ପୁନର୍ବାର ଯିଏ କେହି ମଦ୍ୟପନା କରିଥାଏ ତେବେ ଏହା ମସ୍ତିଷ୍କ କୁ ଖୁବ ପ୍ରଭାବିତ କରେ l ଏଙ୍ଗଯାଇଟି ସମସ୍ୟା ଦୂର ହୋଇଥାଏ ଓ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ l
Leave A Reply