Odisha news

ସୋର ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ 

0
ସୋର,୩୦/୯ ସୋରରେ ଦୁର୍ଗା ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ସୋର ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର,ସୋର ଅତିରିକ୍ତ ତହସିଲଦାର ଜଗନ୍ନାଥ ବେହେରା ,ସୋର ପୌରପାଳିକା କନିଷ୍ଠ ଯନ୍ତ୍ରୀ ସଞ୍ଜୟ ସେଣ  ଓ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଆର ନାଗରାଜ ପ୍ରମୁଖ ଉପସ୍ଥିତ ରହି କେଉଁ ଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାଇ ରଖି ଶାନ୍ତି ଶୃଙ୍ଖଳାର ସହ ଦୁର୍ଗା ପୂଜାକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟରୁ ମାନ୍ୟଗଣ୍ୟ ବ୍ୟକ୍ତି, ଶାନ୍ତି କମିଟି ସଦସ୍ୟ,ସୋରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ,ନାଗରିକ ମଞ୍ଚର ସଦସ୍ୟ ଓ ବିଭିନ୍ନ ଦୁର୍ଗାପୂଜା କମିଟିର ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ। ବିଶେଷ କରି ଡିଜେ ଏବଂ ଲେଜର ଲାଇଟ ନିଷେଧ କରିବା ସହିତ ସ୍ୱଳ୍ପ ସାଉଣ୍ଡରେ ଦୁର୍ଗା ପୂଜା ପାଳିବାକୁ ଉପସ୍ଥିତ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ।
Nalco
Leave A Reply