ଆଜିକାଲି ବ୍ୟସ୍ତ ବହୁଳ ଜୀବନ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି , ଯେଉଁଥିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଫିସ ରେ ଲାପଟପ ରେ କାମ କରିବା ଦ୍ୱାରା ଦେହ ଯନ୍ତ୍ରଣା ବା ପୀଡା ସାମିଲ ରହିଛି l କେବଳ ଏତିକି ନୁହେଁ ଅଫିସ ରେ ୱାର୍କ ଲୋଡ଼ ଯୋଗୁଁ ଲୋକ ମାନଙ୍କ ମଧ୍ୟରେ ଷ୍ଟ୍ରେସ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି l ସେଥି ମଧ୍ୟରୁ ଉଚ୍ଚ ରକ୍ତଚାପ ଗୋଟିଏ ସମସ୍ୟା l ଏହାକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଇ ଥାଏ l ଏମିତିରେ ତ ଉଚ୍ଚ ରକ୍ତଚାପ ର କୌଣସି ନିର୍ଦ୍ଧିଷ୍ଟ ଲକ୍ଷଣ ଦେଖିବାକୁ ମିଳି ନଥାଏ, କିନ୍ତୁ ଉଚ୍ଚ ରକ୍ତଚାପରେ ହାର୍ଟ ଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ରହିଥାଏ lବିଶେଷଜ୍ଞ ଙ୍କ ମତରେ , ବ୍ୟକ୍ତିର ରକ୍ତଚାପ ତାର ହାର୍ଟ ଦ୍ୱାରା ପମ୍ପ କରାଯାଇ ଥିବା ବ୍ଲଡ଼ ଉପରେ ନିର୍ଭର କରିଥାଏ l ଯେତେ ଅଧିକ ଆପଣଙ୍କ ଧମନୀ ସଂକୁଚିତ ହେବ ସେତେ ଅଧିକ ଆପଣଙ୍କ ବ୍ଲଡ଼ ପ୍ରେସର ବୃଦ୍ଧି ହେବ l ଉଚ୍ଚ ରକ୍ତଚାପ ପାଇଁ କିଛି ଲୋକ ଔଷଧ ର ସାହାଯ୍ୟ ନେଇ ଥାଆନ୍ତି, କିନ୍ତୁ ଆମେ ଆଜି ଏଠାରେ କେତେଟା ଉପାୟ ବିଷୟରେ କହିବୁ ଯାହାଦ୍ୱାରା ରକ୍ତଚାପ ସନ୍ତୁଳନ ରହିବ ଓ ଏହାକୁ ଆପଣ ଡେଲି ରୁଟିକ ରେ ମଧ୍ୟ ଉପଯୋଗ କରିପାରିବେ l
– ଷ୍ଟ୍ରେସ କମାଇବା ଜରୁରୀ –
ଆଜିକାଲି ସମସ୍ତେ ଘର , ଅଫିସ ଓ ବାହାର କାମ ଯୋଗୁଁ ଅଧିକ ମାନସିକ ଚାପରେ ରହୁଛନ୍ତି l ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧି କରିବାର ମୁଖ୍ୟ କାରଣ ଅଟେ l ତେଣୁ ଆପଣ ପ୍ରତିଦିନ ସେହି କାମ କରନ୍ତୁ ଯାହାକି ହାଇପର ଟେନ୍ସନ ର ରିସ୍କ କୁ କମାଇ ପାରିବ l ତେଣୁ ସକାଳୁ ୱାକ କରିବା ଜରୁରୀ l ସାଙ୍ଗ ମାନଙ୍କ ସହିତ ସମୟ ବିତାଇବା ଆବଶ୍ୟକ l ସଂଗୀତ ଶୁଣି ମନକୁ ପ୍ରଫୁଲ୍ଲିତ କରନ୍ତୁ l
– ଡାର୍କ ଚକୋଲେଟ କରିବ ସାହାଯ୍ୟ –
ଯଦି ଆପଣ ହାଇ ବିପି ସମସ୍ୟା ଦେଇ ଗତି କରୁଛନ୍ତି , ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡାର୍କ ଚକୋଲେଟ ସେବନ ଲାଭ ଦାୟକ ଅଟେ l ବିଶେଷ ଭାବରେ ଦର୍କ ଚକୋଲେଟ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ତୁରନ୍ତ ନିୟନ୍ତ୍ରଣ ହୋଇଥାଏ l କାହିଁକି ନl ଡାର୍କ ଚକୋଲେଟ ରେ ପ୍ରାୟ ୮୦ ପ୍ରତିଶତ କୋକୋ ରହିଛି l ଯାହା ମନକୁ ଖୁସି ରଖି ରକ୍ତଚାପ ସନ୍ତୁଳନ ରଖିଥାଏ l
– ଧୁମ୍ରପାନ ଠାରୁ ଦୁରେଇ ରୁହନ୍ତୁ –
ସ୍ୱାସ୍ଥ୍ୟ ପକ୍ଷରେ ଧୁମ୍ରପାନ କରିବା କ୍ଷତିକାରକ ଅଟେ l କିଛି ଲୋକ କିନ୍ତୁ ଏଭଳି ଖରାପ ଅଭ୍ୟାସ ର ଆଜିକାଲି ଶିକାର ହୋଇ ଯାଉଛନ୍ତି l ଯାହାକି ରକ୍ତଚାପ କୁ ତୁରନ୍ତ ବୃଦ୍ଧି କରିଦେଇ ଥାଏ l ଏହି କାରଣରୁ ମଧ୍ୟ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ଦେଖିବାକୁ ମିଳିଥାଏ l ତେଣୁ ଧୁମ୍ରପାନ ଠାରୁ ଦୁରେଇ ରହିବା ଜରୁରୀ ଅଟେ l