ବୋରିଗୁମ୍ମା : ମହାମାରୀ କରୋନା ଭାଇରସ କିଛି ବିଭାଗ ର କର୍ମଚାରୀ ମାନଙ୍କ ପାଇଁ ପୁସମାସ ପାଲଟିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକରେ ଥିବା କୃଷି କାର୍ଯ୍ୟାଳୟ ରେ।ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୋରିଗୁମ୍ମା ପଞ୍ଚାୟତ କୁ ଆଠ ଦିନ ପାଇଁ ସଟ ଡାଉନ ହୋଇଥିବା ବେଳେ ସବୁ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖାଦେଇଥିଲା। କିନ୍ତୁ ସଟ ଡାଉନ ରେ କୃଷି କାର୍ଯ୍ୟାଳୟ ରେ ତାଲା ଝୁଲୁଛି। ଆଜି ବ୍ଲକ ର କିଛି ଚାଷୀ ଚାଷ ସଂବଧିୟ ବିଷୟ ପଚାରିବା ପାଇଁ ବ୍ଲକ ପରିସରରେ ଥିବା ବୋରିଗୁମ୍ମା ସ୍ଥିତ ସହକାରୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ। କିନ୍ତୁ କାର୍ଯ୍ୟାଳୟ ରେ ଦିନ ୧୧.୪୫ ରେ ତାଲା ଝୁଲୁଥିଲା। ସେଠାରେ କୌଣସି କୃଷି ଅଧିକାରୀ ଙ୍କ ଦେଖାଦର୍ଶନ ମିଳିଲା ନାହିଁ। ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଶେଷରେ ନିରାଶ ହୋଇ ଚାଷୀ ମାନେ ନିଜ ଅଞ୍ଚଳ କୁ ଫେରିଯାଇଥିଲେ।
ଅନ୍ୟପଟେ ଓଡିଶା ରାଜ୍ୟ ବିହନ ନିଗମ ରୁ ଧାନ ଓ ମାଣ୍ଡିଆ ବିହନ ନେଇ ଗୋଟିଏ ଟ୍ରକ କୃଷି କାର୍ଯ୍ୟାଳୟ ସାମନାରେ ଠିଆ ହୋଇଥିଲା। ସେହି ଟ୍ରକ ଟି ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ବେଳେ ଧାନ ଓ ମାଣ୍ଡିଆ ବିହନ ଟ୍ରକ ରୁ ଉଲ୍ଲାଇବା ସକାଶେ କୌଣସି ଅଧିକାରୀ ନ ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ସଟ ଡାଉନ ସମୟରେ କୃଷି କାର୍ଯ୍ୟାଳୟ ରେ ତାଲା ଝୁଲିବା ନେଇ ଏବେବି ପ୍ରଶ୍ନ ଉଠୁଛି।ରାଜ୍ୟ ସରକାର ଚାଷ ଓ ଚାଷୀ ଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ଏହିଭଳି କିଛି ଅଧିକାରୀ ଙ୍କ ପାଇଁ ଚାଷୀ ର ବିକାଶ ହୋଇପାରୁ ନାହିଁ। ସହକାରୀ କୃଷି ଅଧିକାରୀ କାର୍ଯ୍ୟାଳୟ ରେ ଗ୍ରାମ ସେବକ, କୃଷି ଓଭେର୍ସିଆର ସମେତ ଅନେକ ଅଧିକାରୀ ରହିଥାନ୍ତି। ବର୍ତ୍ତମାନ ଚାଷୀ ମାନେ ଧାନ, ମକା ବିହନ ଚାଷ କରୁଛନ୍ତି।ପ୍ରକାଶ ଥାଉକି ବୋରିଗୁମ୍ମା ବ୍ଲକରେ ୪୦ ହଜାର ହେକ୍ଟର ଜମିରେଧାନ, ମକା ଓ ପନିପରିବା ଚାଷ କରାଯାଇଛି। ଏଭଳି ଅତ୍ୟାବଶ୍ୟକ ସମୟରେ ଖାତିରି ନ କରି କାର୍ଯ୍ୟାଳୟ ରେ ତାଲା ପକାଇବା କୁ ସାଧାରଣ ରେ ନିନ୍ଦା କରାଯାଇଛି।ଏନେଇ ଜୟପୁର ସ୍ଥିତ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ତାଙ୍କ ମୋବାଇଲ ସ୍ୱିଚଅପ ଥିବା ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଏହାର ବିଭାଗୀୟ ତଦନ୍ତ ସାଧାରଣ ରେ ଦାବୀ କରିଛନ୍ତି।