Odisha news

ବୋରିଗୁମ୍ମା ବ୍ଲକରେ ସମ୍ମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ

0
ବୋରିଗୁମ୍ମା :ମହାମାରୀ କରୋନା ଭାଇରସ ଆକ୍ରାନ୍ତ ଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗ କଡା ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ସମ୍ମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଜୁନ ମାସ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ମୁଖ୍ୟତଃ କୋବିଡ଼-୧୯ ସହ ଅନସଂକ୍ରମକ ରୋଗ, ଯକ୍ଷ୍ମା, ମ୍ୟାଲେରିଆ, ଡେଙ୍ଗୁ ଓ ଜଳ ବାହିତ ରୋଗ ର ସର୍ବେକ୍ଷଣ କରି ସ୍ୱାସ୍ଥ୍ୟ ବିଭାଗ କୁ ରେପୋର୍ଟ ଦେବେ ଆଶା ଓ ସ୍ୱାସ୍ଥ୍ୟ କର୍ମୀ।ବୋରିଗୁମ୍ମା ବ୍ଲକରେ ଆଜି ସମ୍ମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଥିବା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡ଼.ରାଜାରାମ ସ୍ବାଇଁ ସୂଚନା ଦେଇଛନ୍ତି। ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ପଞ୍ଚାୟତ ରେ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କୁ ଚାରୋଟି ଲକ୍ଷଣ ଦେଖିବେ। ସେହି ଲକ୍ଷଣ ଗୁଡିକ ହେଉଛି-ଜ୍ୱର, କାଶ,ସର୍ଦ୍ଧି, ଛାତି ଯନ୍ତ୍ରଣା କିମ୍ବା ନିଶ୍ୱାସ ନେବାରେ କଷ୍ଟ। ଦୁଇ ଦିନ ରୁ ଅଧିକ ଦିନ କାଶ ବା ଜ୍ୱର ରହିଲେ।ତୃତୀୟ ରେ କଫ ରେ ରକ୍ତ ପଡିବା, ଓଜନ କମିଯିବା ଓ ଭୋକ କମିଯିବା। ଚତୁର୍ଥ ରେ ଜ୍ୱର ସହ କମ୍ପ, ଗଣ୍ଠି ବିନ୍ଧା, ପିତ ବାନ୍ତି କିମ୍ବା ଦେହରେ ଲାଲ ଲାଲ ହୋଇ ଫଳିଯିବା ।
ଏହି ସବୁ ଲକ୍ଷଣ ଲୋକଙ୍କ ଦେହରେ ଦେଖା ଗଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ସହ ଚିକିତ୍ସିତ ହେବାକୁ କୁହାଯିବ। ବୋରିଗୁମ୍ମା ବ୍ଲକରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ରେ ୨୭୮ ଜଣ ଆଶା କର୍ମୀ, ୩୯ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ଛଅ ଜଣ ସୁପ୍ରଭାଇଜର ସାମିଲ ରହିବେ।ଏଠି ସହ ସ୍ୱାସ୍ଥ୍ୟ କର୍ମୀମାନେ କୋବିଡ଼ -୧୯  ନେଇ ଲୋକ ମାନଙ୍କୁ ସଚେତନ କରାଇବେ। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା, ଥଣ୍ଡା କିମ୍ବା କାଶ ହେଲେ ତୁରନ୍ତ ଡାକ୍ତର ଙ୍କୁ ଦେଖାଇବା  ଇତ୍ୟାଦି। ପ୍ରଥମ ଦିନରେ ସ୍ୱାସ୍ଥ୍ୟ କର୍ମୀମାନେ ସର୍ବେକ୍ଷଣ କରି ଫେରିଥିବା ଜଣାଯାଇଛି।

Leave A Reply