ଅନ୍ୟର ଧ୍ୟାନ ଆକର୍ଷଣ କରିବା କୌଶଳ ଅନନ୍ୟା ପାଣ୍ଡେଙ୍କୁ ଭଲଭାବେ ଜଣା । ନିଜର ଡ୍ରେସିଂ ଷ୍ଟାଇଲ୍କୁ ଚର୍ଚ୍ଚାରେ ରଖିବା ଉପରେ ସେ ବିଶେଷ ଧ୍ୟାନ ଦିଅନ୍ତି । ଏବେ ସୁଦ୍ଧା ତାଙ୍କ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍କୁ ଦେଖି ଅନୁମାନ କରାଯାଇପାରିବ ତାଙ୍କ ୱାର୍ଡରୋବ୍ ଡିଜାଇନର୍ କଲେକ୍ସନରେ ଭରପୂର । ବଲିଉଡ୍ ଡେବୁ୍ୟ ପରେ ଅନନ୍ୟା ଫ୍ୟାଶନ୍ ଶୈଳୀ ଯୋଗୁ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ କଭି ଖୁସି କଭି ଗମ୍ ଫିଲ୍ମର ‘ପୁ’ ଚରିତ୍ରରୁ ପ୍ରେରିତ । କଟ୍-ଆଉଟ୍ ଗାଉନ୍, ସିକ୍ୱିନ୍ ଟପ୍ ଓ ଉଜ୍ଜ୍ୱଳ ରଙ୍ଗର ପେଲେଟ୍ ଡ୍ରେସ୍ ମୋ ମୁଡ୍ବୋର୍ଡ ତାଲିକାରେ ପ୍ରଥମେ ଆସେ ।’ କିଛିଦିନ ତଳେ ଅନନ୍ୟା ଏକ ଫଟୋ ସେଶନରେ ପାଉଡର୍ ବ୍ଲì ରଙ୍ଗର ହାଇ ଥାଇ ସିକ୍ୱିନ୍ ଆଉଟଫିଟ୍ରେ ନଜର ଆସିଥିଲେ । ଏଥିସହ ସିଲଭର୍ ଓ ଆକାଶୀ ରଙ୍ଗ ଏବଂ ମିନିମଲ୍ ମେକଅପ୍ ସହିତ ଲୁକ୍ କମ୍ପ୍ଲିଟ୍ କରିଥିଲେ । ଅନନ୍ୟାଙ୍କ ଡ୍ରେସ୍ର ଦାମ୍ ୨ ଲକ୍ଷ ୭୦ ହଜାର ଟଙ୍କା । ଏହାର ଡିଜାଇନ୍ କରିଛନ୍ତି ଲଣ୍ଡନର ମାଇକେଲ୍ ହେଲ¬ର ।