Odisha news

ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
ବୋରିଗୁମ୍ମା (କେ.ସାକିଲି ଦୋରା)—- ଆଜି ହେଉଛି ୭୨ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ବୋରିଗୁମ୍ମା ସ୍ଥିତ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।କୋବିଡ଼ ଗାଇଡ଼ ଲାଇନ ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ବ୍ଲକ ଅଧକ୍ଷା ବିମଳା ଚାଲାଣ ପତାକା ଉତ୍ତୋଳନ କରିଥିଲେ। ବ୍ଲକ ବିଡିଓ ପ୍ରଣୟ ରଞ୍ଜନ ବେହେରା,ଜେ ଏମ ଏଫ ସି କୋର୍ଟ ର ମାଜିଷ୍ଟ୍ରେଟ ପ୍ରୀତିଶ ମିଶ୍ର, ଏ ବି ଡ଼ି ଓ ମାଧୁରୀ ଆଚାରୀ, ତହସିଲଦାର ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ,କାହ୍ନୁ ଚରଣ ପଟ୍ଟନାୟକ, ଏସ ଇ ଓ ଆହାନା ଦେଇ, ବ୍ଲକ କର୍ମଚାରୀ ସୁନୀଲ କୁମାର ପାତ୍ର, ଦୁର୍ଗା ପ୍ରସାଦ ମହାପାତ୍ର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ପରେ ବ୍ଲକ ସଭା ଗୃହ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ସ୍ଵର୍ଣପ୍ରଭା ମହାନ୍ତି, ଉମେଶ ପ୍ରସାଦ ମିରଧା ଙ୍କୁ ବ୍ଲକ ତରଫରୁ ସମ୍ମାନିତ କରାଯାଇଥିଲା। ସେହିଭଳି ଗୁଜୁନିଗୁଡା ପିଇଓ ରାମଚନ୍ଦ୍ର ହନ୍ତାଳ ଓ ହରଦଳି ପିଇଓ ଜୟରାମ ଜରସିଂ ,ଦୁଇ ଜି ଆର ଏସ ସତ୍ୟ ପ୍ରକାଶ ପଟ୍ଟନାୟକ, ଭୁବନେଶ୍ଵରୀ ପଣ୍ଡା ଙ୍କୁ ବ୍ଲକ ତରଫରୁ ସମ୍ମାନିତ କରାଯାଇଥିଲା। ବ୍ଲକରେ କର୍ଯ୍ୟରତ ଦୁଇ ବି ଏଫ ଟି ଓ ଏମ ବି କେ ଙ୍କୁ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ସୁବାସ ଚନ୍ଦ୍ର ରଇତ ପତାକା ଉତ୍ତୋଳନ କରିଥିବା ବେଳେ ବୋରିଗୁମ୍ମା ବାର ଆସୋସିଏସନ ରେ ବାର ଉପ ସଭାପତି ମୁନା ଦୋରା ପତାକା ଉତ୍ତୋଳନ କରିଥିଲେ।
ଜେ ଏମ ଏଫ ସି କୋର୍ଟ ପରିସର ରେ ମାଜିଷ୍ଟ୍ରେଟ ପ୍ରୀତିଶ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ଥାନାରେ ଆଇ ଆଇ ସି ସଞ୍ଜୟ କୁମାର ମଣ୍ଡଳ ପତାକା ଉତ୍ତୋଳନ କରିଥିଲେ।ବ୍ଲକ ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ କୋବିଡ଼ ଗାଇଡ଼ ଲାଇନ ମାନି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କେ.ସନ୍ତୋଷ କୁମାର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷକ ସୀମାଞ୍ଚଳ ଦାସ, ସିଦ୍ଧାର୍ଥ ଗନ୍ତାୟତ, ଗୌରୀ ସାମନ୍ତରାୟ, ବିଜୟାନନ୍ଦ ପଟ୍ଟନାୟକ, ପ୍ରଶାନ୍ତ ଦାସ, ଶିକ୍ଷୟତ୍ରୀ ଶୈଳଜା ଦୋରା,ରଞ୍ଜିତା ପାଢୀ, ଏଲିନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସରକାରୀ ଏମ ଇ ସ୍କୁଲ ରେ ପ୍ରଧାନ  ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦଣ୍ଡାସେନା ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଅଜିତ ଗନ୍ତାୟତ, ଶିକ୍ଷୟିତ୍ରୀ ବୀଣାପାଣି ପଟ୍ଟନାୟକ, ରାଜଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପିଇଓ ,ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।
Leave A Reply