Odisha news

ନୂଆଗାଁ ଠାରେ ବିଜେଡି ର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ।

0
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଯେ ବିଜେଡି ଦଳ ହେଉଛି ଓଡ଼ିଶାର ଆଞ୍ଚଳିକ ଦଳ। ଏହି ଦଳ ର ସୁପ୍ରିମୋ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ୱରେ ଦଳ ଓଡିଶା ବାସୀ ଙ୍କ ସେବା କରି ଆସୁଅଛି।ଆଗାମୀ ଦିନରେ ଦଳ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ।
ଆଜିର ବିଜେଡି ର ପ୍ରତିଷ୍ଠା ଦିବସରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ଯଥା ବୋରିଗୁମ୍ମା,କୋଟପାଡ଼, କୁନ୍ଦୁରା,ବୈପାରିଗୁଡା ବ୍ଲକ ର ନେତା, କର୍ମୀ ମାନେ ବିଜେଡି ର ପ୍ରତିଷ୍ଠା ଦିବସ ରେ ଏକତ୍ରିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ କୋଟପାଡ଼ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଶାସନ ରହିଥିଲା। ବିଜେଡ଼ି କର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କୋଟପାଡ଼ ରେ ପ୍ରଥମ ଥର ପାଇଁ ବିଜେଡି ବିଜୟୀ  ହୋଇଥିଲା ବୋଲି ମଞ୍ଚ ରେ ବସିଥିବା ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ପ୍ରଭାରୀ ବିଶ୍ୱଜିତ ସାମନ୍ତରାୟ, ବରିଷ୍ଠ ନେତା କେଶବ ପଣ୍ଡା, ଦିନେଶ ବିଶୋଇ, ପଙ୍କଜ ପାତ୍ର, ତ୍ରିପତି ବାଲାଜି ମହାନ୍ତି, ନରେନ୍ଦ୍ର ସ୍ୱାଇଁ, ସୁଧିର ମହାନ୍ତି, ସନାତନ ଦାସ,ନାରାୟଣ ପାତ୍ର,ସାବିତ୍ରୀ ମାଝୀ, ବୃନ୍ଦାବନ ମଲ୍ଲିକ, ରମଣୀ ମିଶ୍ର, ନରେନ୍ଦ୍ର ବିଶୋଇ, କମୁଳୁ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଷ୍ଠା ଦିବସ ଅବସରରେ ନୂଆଗାଁ ବିଜେଡ଼ି ଯୁବ ନେତାଙ୍କ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
Nalco
Leave A Reply