Odisha news

ନୂଆଗାଁ କନ୍ୟାଶ୍ରମ ରେ ଠକ୍କର ବାପାଙ୍କ ପ୍ରତିମୃତ୍ତି ଉନ୍ମମୋଚନ

0
ବୋରିଗୁମ୍ମା-(କେ.ସାକିଲି ଦୋରା)–  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କନ୍ୟାଶ୍ରମ ପରିସରରେ ଆଶ୍ରମ ବିଦ୍ୟାଳୟ ର  ପ୍ରତିଷ୍ଠାତା ଅମୃତ ଲାଲ  ବିଠଲ ଠକ୍କର ବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ।କନ୍ୟାଶ୍ରମ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମୌସୁମୀ ଭତ୍ରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଉନ୍ମୋଚନ  ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର ଯୋଗ ଦେଇ ଠକ୍କର ବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସହିତ ଠକ୍କର ବାବା  ଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ।ଠକ୍କର ବାପା ଆଦିବାସୀ ଓ ହରିଜନ ପିଲାମାନଙ୍କ ପାଇଁ ଆଶ୍ରମ ବିଦ୍ୟାଳୟ ର ପ୍ରତିଷ୍ଠାତା  ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ।।
ସେହିପରି ସମ୍ମାନିତ ଅତିଥି ଭାବେ  ବୋରିଗୁମ୍ମା ଗୋଷ୍ଠୀ  ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ମାଝୀ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ସିଆରସିସି ହରିହର ଶତପଥୀ ଏବଂ ବରିଷ୍ଠ ଓକିଲ ମଦନ ମୋହନ ନାୟକ,, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଡମାଇ ଭୂମିଆ , ଯୋଗ ଦେଇ ଠକ୍କର ବାପା ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ  ସହକାରୀ ଶିକ୍ଷକ ଏନ.ରାଜେଶ କୁମାର ମଞ୍ଚ ପରିଚାଳନା କରିଥିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କନ୍ୟାଶ୍ରମ ର ଶିକ୍ଷକ ଅଭୂମନ୍ୟୁ ବେହେରା, ଜୟ ଗୋବିନ୍ଦ ସାହୁ,ରସରଞ୍ଜନ ଶବର, କିଶୋର ମାଝୀ ଶ୍ରୀନିବାସ ପଣ୍ଡା, ଶିକ୍ଷୟିତ୍ରୀ ସୁଭାସିନୀ ସାହୁ, ଜ୍ଞାନେଶ୍ୱରୀ ପାତ୍ର, ରଶ୍ମିତା ପଣ୍ଡା, ମେଟ୍ରୋନ ଅହଲ୍ୟା ନାୟକ, ଏ ଏନ ଏମ ରଶ୍ମିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଶେଷରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚିତ୍ରା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply