ରାୟଗଡା,୨୭ ।୪ : ରାୟଗଡା ଜିଲ୍ଲାରେ କରୋନା ମହାମାରୀ ଧୀରେ ଧୀରେ ଉଗ୍ର ରୂପ ନେଲାଣି । ପ୍ରଶାସନ ତରଫରୁ କରୋନା ଜିଲ୍ଲାରେ କରୋନା ମହାମାରୀ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ କିଛି ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ ପାଳନ କରୁନଥିବା ଯୋଗୁଁ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୯୬୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ୮୮୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୭୨ ଜଣ ଗୃହ ସଙ୍ଗରୋଧ ସହ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଂଟରରେ ରହି ଚିକିତ୍ସିତ ହେଉଛନ୍ତି । କରୋନା ଦ୍ୱିତୀୟ ଲହରୀରେ ଜିଲ୍ଲାରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦ୍ୱିତୀୟ ଲରରୀରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ୫୧ରେ ପହଂଚିଛି । ଜିଲ୍ଲାରୁ ଗୋଟିଏ ଦିନରେ ୭୭ ଜଣ କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୭୭ ଜଣଙ୍କ ମଧ୍ୟରୁ ପୁରୁଷ ୫୭ ଥିବା ବେଳେ ମହିଳା ୨୦ ଅଛନ୍ତି । ଆଜି ମଧ୍ୟ ରାୟଗଡା ପୌରାଚଂଳରୁ ସର୍ବାଧିକ ୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ୧୧ ଗୋଟି ବ୍ଲକ ମଧ୍ୟରୁ କୋଲନରା ଓ ଚନ୍ଦ୍ରପୁର ବ୍ଲକରୁ କେହି ବି ପିଜିଟିଭ୍ ଚିହ୍ନଟ ହୋଇନାହାନ୍ତି । ବିଷମକଟକ ଓ କାଶିପୁରରୁ ଜଣେ ଲେଖାଏ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁଡାରୀରୁ ୪, ଗୁଣପୁର ପୌରାଚଂଳରୁ ୧୬, କଲ୍ୟାଣସିଂହପୁରରୁ ୨, ମୁନିଗୁଡାରୁ ୨, ପଦ୍ମପୁରରୁ ୬, ରାମନାଗୁଡାରୁ ୩ ଓ ରାୟଗଡା ଗ୍ରାମାଚଂଳରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
