ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ସ୍ଥିତ କେନ୍ଦ୍ରୀୟ ନର୍ସରୀ ଠାରେ ବନ ବିଭାଗ ପକ୍ଷରୁ ବନାଗ୍ନି ନିରାକରଣ, ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜୟପୁର ଡ଼ି ଏଫ ଓ ଏନ ଏସ ଜଗଦୀଶ ପ୍ରସାଦ ସିଂ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ନଷ୍ଟ ହେଉଛି।ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ଲାଗିବା ସହ ରାଜ୍ୟର ଅନ୍ୟ ଜଙ୍ଗଲ ରେ ନିଆଁ ଲାଗି ରହିଛି। ଜୟପୁର ବନ ଖଣ୍ଡ ରେ କିଛି ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ବନ ବିଭାଗ ଓ ଅନ୍ୟ ସମସ୍ତ ଙ୍କ ସହଯୋଗ ରେ ନିଆଁ କୁ ଲିଭାଇପାରିଛୁ।ସମ୍ମାନିତ ଅତିଥି ଭାବେ ବିଡିଓ ପ୍ରଣୟ ରଞ୍ଜନ ବେହେରା ଯୋଗ ଦେଇ କହିଥିଲେ ଯେ ମନରେଗା ଯୋଜନାରେ ପାହାଡ଼ ରେ ଟ୍ରେଞ୍ଚ ଖୋଳି ନିଆଁ କୁ ଆୟତ୍ତ କରିପାରିବା।।ତହସିଲଦାର ସୁବାସ ରଇତ ର କହିଥିଲେ ଯେ ଲୋକେ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଅଗ୍ନିଶମ, ବନ ବିଭାଗ, ବ୍ଲକ ପ୍ରଶାସନ ଓ କୃଷି ବିଭାଗ ଏବଂ ଜନସାଧାରଣ ଙ୍କ ସହଯୋଗ ରେ ଜଙ୍ଗଲ ରେ ଲାଗିଥିବା ନିଆଁ କୁ ତୁରନ୍ତ ଲିଭାଇ ପାରିବା।ବନ ବିଭାଗର ଏ ସି ଏଫ ବିଭୁଦତ୍ତ ମିଶ୍ର କହିଥିଲେ ଯେ ବୋରିଗୁମ୍ମା ବନାଞ୍ଚଳ ରେ ନିଆଁ ଲାଗିଲେ ତୁରନ୍ତ ବନ ବିଭାଗ କର୍ମଚାରୀ ଙ୍କୁ ଫୋନ କରିବା ପାଇଁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ପଟ୍ଟନାୟକ, କୃଷି ବିଭାଗ ର ଏ ଏ ଓ ଅଙ୍କିତା ନାୟକ ଓ ଅଗ୍ନିଶମ ବିଭାଗ ର ଅଧିକାରୀ ଦୁରାଦକ୍ଷ ବାଗ,ଜିଲ୍ଲା ପରିଷଦ ସଭ୍ୟ ଏଲ.ନାରାୟଣ ରାଓ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ଉକ୍ତ ବୈଠକରେ ପରିବେଶ ପ୍ରେମୀ, ବନ ସୁରକ୍ଷା ସମିତି,ସରପଞ୍ଚ ଓ ଅନ୍ୟ ମାନେ ଯୋଗ ଦେଇଥିଲେ।