Odisha news

ଧାନ ଫାଉଣ୍ଡେସନ ସଂସ୍ଥା ତରଫ ରୁ ସୁସ୍ଥ ଓ ପୌଷ୍ଟିକ ସୁରକ୍ଷା ପଦଯାତ୍ରା

ବୋରିଗୁମ୍ମ(କେ.ସାକିଲି ଦୋରା ) – ବୋରିଗୁମ୍ମା ବ୍ଲକ ବି.ସିଂହପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନ ଫାଉଣ୍ଡେସନ ଏନ.ଜି.ଓ ତରଫ ରୁ ସୁସ୍ଥ ଓ ପୌଷ୍ଟିକ ସୁରକ୍ଷା କାର୍ଯ୍ୟକ୍ରମ ସଭାନେତ୍ରୀ ଶ୍ରୀମତି ରମା ଗୌଡ଼ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଥିଲା। କାର୍ଯ୍ୟକ୍ରମ ରେ ବି.ସିଂହପୁର କାଲଞ୍ଜିଅମ ମହାସଂଘ ର ୩୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଟି ର ସଭାନେତ୍ରୀ:ସମ୍ପାଦକ’ଏବଂ କୋଷାଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଗ୍ରାମରେ ପୋଷ୍ଟର ଲିପକାର୍ଡ଼ ଧରି ସୁସ୍ଥ ଏବଂ ପୌଷ୍ଟିକ ସୁରକ୍ଷା ନେଇ ଜନ ସଚେତନତା ର ଏକପଦଯାତ୍ରା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଧାନ ଫାଉଣ୍ଡେସେନ ର ସଂଯୋଜକ ଶ୍ରୀ ସଦାଶିବ ଗୌଡ଼ ଉପସ୍ଥିତ ରହି ତାଙ୍କ ଅଭିଭାଷଣ ରେ କହି ଥିଲେ ଯେ
ଆମର ଏହି ଏନ.ଜି.ଓ ଲୋକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ,ଜୀବିକା ଗୁରୁତ୍ବ ଦେବା ସହ କାଲଞ୍ଜିୟମ କମୁନିଟି ବ୍ୟାଙ୍କିଙ୍ଗ ପ୍ରଗ୍ରାମ (କେସିବିପି) ମଧ୍ୟ କରାଯାଉଛି ।।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବି ସିଂହପୁର ପ୍ରାଥମିକ ସ୍ୱାସ୍ତ୍ୟକେନ୍ଦ୍ର ର ଡ଼ଃ ଶ୍ରୀମତୀ ସାବିତ୍ରୀ କାନୁନଗୋ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୁପା ମୁଦୁଲି, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ଅକୁମାର ଯଦାର ଅତିରିକ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରମତୀ ସୁପ୍ରଭା ଷଡଙ୍ଗୀ ଏବଂ ଧାନ ଫାଉଣ୍ଡେସନ ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Comments are closed.