Odisha news

ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁଙ୍କ ପରଲୋକ

0

ମୁମ୍ବାଇ:ବ୍ଳଲିଉଡ଼ ଅଭିନେତା ଇରଫାନ ଖାଁ ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସର୍କାର୍ ଟୁଇଟର୍‌ରେ ସେୟାର କରିଛନ୍ତି।

ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ସେ ୨୦୧୮ରେ ଘୋଷଣା କରିଥିଲେ।

୨୦୧୯ରେ ଇର୍‌ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍‌ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ।

ଶନିବାର ଦିନ ଇର୍‌ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଭିଡିଓ କଲ୍ ଜରିଆରେ ଇର୍‌ଫାନ୍ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା।

Leave A Reply