Odisha news

ବିଜେପି ବୋରିଗୁମ୍ମା ମଣ୍ଡଳ ତରଫରୁ କରୋନା ସହାୟତା ପ୍ରଦାନ।

0
ବୋରିଗୁମ୍ମା (କେ.ସାକିଲି ଦୋରା)– ସାରା ବିଶ୍ୱରେ କରୋନା ଭାଇରସ  ନିଜର କାୟା ବିସ୍ତାର କରିଚାଲିଛି। ଆମ ଦେଶରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଉଛି। ଦେଶ ବର୍ତ୍ତମାନ ୨୧ ଦିନିଆ ଲକ ଡାଉନ ରେ ବନ୍ଧା। କୌଣସି ଲୋକ ଅତ୍ୟାବଶକ କାମ ନ ଥିଲେ ବାହାରକୁ ବାହାରି ପାରିବେ ନାହିଁ। ଲକ ଡାଉନ ରେ ଗରିବ, ଅସହାୟ ତଥା ଶ୍ରମିକ ଶ୍ରେଣୀ ର ପରିବାର କୁ ଚଡକ ପଡିଛି। ଏଥିପାଇଁ ବହୁ ସ୍ବେଚ୍ଛାସେବୀ ସଂସ୍ଥା , ବଦାନ୍ୟ ବ୍ୟକ୍ତି ତଥା ରାଜନୈତିକ ଦଳ ର ଲୋକମାନେ କରୋନା ସହାୟତା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ କରୋନା ସହାୟତା ପ୍ରଦାନ କରାଯାଇଛି। କେତେବେଳେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ଓ କେତେବେଳେ ମେଡ଼ିକାଲ ରେ ଅସହାୟ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବୋରିଗୁମ୍ମା ମଣ୍ଡଳ ବିଜେପି ସଭାପତି  ରାଜ ସିଂ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଶୁଖିଲା ଖାଦ୍ୟ ଓ ଭାତ ଡାଲମା ଦିଆଯାଇଥିଲା। ସେହିଭଳି ବୋରିଗୁମ୍ମା ପଂଚାୟତ ର ଡାଲାଗୁଡା ଗ୍ରାମରେ ରାସନ କାର୍ଡ ନ ଥିବା ୧୦ ଗୋଟି ପରିବାର କୁ ଚାଉଳ ,ଡାଲି, ଆଳୁ ଭଳି ଅତ୍ୟାବଶକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଜି ଗାଇ ଗୋରୁ ଓ ଅନ୍ୟ ପଶୁ ମାନଙ୍କୁ ଆହାର ପ୍ରଦାନ କରିଥିଲେ। ବୋରିଗୁମ୍ମା ସହର ରେ ଆଜି ବୋରିଗୁମ୍ମା ମଣ୍ଡଳ ବିଜେପି ତରଫରୁ ୨୦୦ ମାସ୍କ ବଣ୍ଟନ କରାଯାଇଥିଲା। ଯେଉଁମାନେ ରାସ୍ତା ରେ ବିନା ମାସ୍କ ରେ ବୁଲୁଥୁଲେ ସେମାନଙ୍କୁ ମାସ୍କ ଦିଆଯାଇଥିଲା। ଉକ୍ତ କରୋନା ସହାୟତା କାର୍ଯ୍ୟକ୍ରମ ରେ ବିଜେପି କର୍ମୀ ପିଣ୍ଟୁ ପଟନାୟକ, ଟୁକୁନା ଦାସ, ରୁଦ୍ର ମିଶ୍ର, ରାଜେନ୍ଦ୍ର ପ୍ରସାଦ ବେହେରା, ଧର୍ମ ମେହେର, ସୁନିଲ ଦାସ, ନିହାର ରଞ୍ଜନ ଶତପଥୀ, ବିଘନେଶ୍ୱର ଷଡ଼ଙ୍ଗୀ, ପ୍ରଫୁଲ୍ଲ ଷଡ଼ଙ୍ଗୀ ,ସୁନୀଲ ଦେଵତା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply