“ଶେଷ ସମୟ ଆସିଲେ ଦୀପ ହୁତୁ ହୁତୁ ହୋଇ ଜଳି ଉଠେ”
ବିଜୁ ଜନତା ଦଳର ଶେଷ ସମୟ ଆସିଗଲାଣି
ଓଡ଼ିଶା ପୋଲିସ ପାଖରେ ମାନବିକତା ନାହିଁ
ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମାନସିକ ବଳ ସୁଦୃଢ଼ ରହିଛି ଏବଂ ତାଙ୍କ ସ୍ୱରକୁ ଚପାଇ ପାରିବେ ନାହିଁ ରାଜ୍ୟ ସରକାର
ଆଗାମୀ ଦିନର ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ଆହ୍ୱାନ
ଭୁବନେଶ୍ୱର, ତା.୦୨/୦୩: ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପକ୍ରିୟାକୁ ବିଳମ୍ବ ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ଗତ ୨୮ତାରିଖ ଦିନ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଓ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପୋଲିସ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପେର ବର୍ବରୋଚିତ ଆକ୍ରମଣ କରିଥିଲା । ଏପରିକି ସଙ୍ଗୀନ ଦଫା ଲଗାଇ ମିଛ କେସ୍ ଜରିଆରେ ଜେଲ୍କୁ ପଠାଇ ଦିଆଗଲା । ନିଜର ହକ୍ ପାଇଁ ବିରୋଧୀ ଦଳ ଆନେ୍ଦାଳନ କରିଥିଲା କିନ୍ତୁ ପୋଲିସ ଓ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ବିରୋଧୀଙ୍କ ସ୍ୱରପକୁ ଚପାଇବାର ଅପଚେଷ୍ଟା କରିଛନ୍ତି । ପୋଲିସ ଯେଉଁମାନଙ୍କୁ ଗିରଫ କରିଛି ସେମାନେ ଆନେ୍ଦାଳନରେ ନଥିଲେ । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମାନସିକ ବଳ ସୁଦୃଢ଼ ଅଛି । ଓଡିଶାର ଦେଢ କୋଟି ଯୁବକ ଯୁବମୋର୍ଚ୍ଚାର ଏହି ଆନେ୍ଦାଳନ ପଛରେ ଦୃଢତାର ସହିତ ଛିଡା ହୋଇଛନ୍ତି । ତାଙ୍କ ସ୍ୱରକୁ ରାଜ୍ୟ ସରକାର ଚପାଇ ପାରିବେ ନାହିଁ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରକାଶ କରିଛନ୍ତି ।
ଶ୍ରୀ ମିଶ୍ର ଆଜି ଅନ୍ୟ ବିଧାୟକଙ୍କ ସହିତ ଝାରପଡା ଜେଲକୁ ଯାଇ ନିଦେ୍ର୍ଦାଷରେ ଗିରଫ ହୋଇଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟି ଆଗାମୀ ଦିନର ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ ।
ପୋଲିସ ନିଜେ ଅଣ୍ଡା, ଢେଲା ପଥର ଆଣି ପ୍ରାୟୋଜିତ ଭାବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ କରିଛି । ପୋଲିସ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମାଡମାରି ରକ୍ତାକ୍ତ କରିଛି । ଆନେ୍ଦାଳନରେ ସାମିଲ ହୋଇନଥିବା ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିବା କ୍ଷୋଭର ବିଷୟ । ବିଜେଡି ସରକାରର ଇଙ୍ଗିତରେ ଭାରତୀୟ ଜନତା ପାର୍ଟିର ଏତାଲାକୁ ମଧ୍ୟ ପୋଲିସ ପଂଜିକୃତ କଲା ନାହିଁ । ଓଡିଶା ପୋଲିସ ବିଜେଡିର କର୍ମୀଭଳି କାର୍ଯ୍ୟ କରୁଛି । ଆନେ୍ଦାଳନ ସମୟରେ ପୋଲିସ କର୍ମୀମାନେ ନିଜେ ଗଣ୍ଡଗୋଳ କରି, ହିଂସା ଭିଆଇ ଓ ଅରାଜକତା କରି ଦୋଷ ବିଜେପି ଉପରେ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । “ଶେଷ ସମୟ ଆସିଲେ ଦୀପ ହୁତୁ ହୁତୁ ହୋଇ ଜଳି ଉଠେ” । ଠିକ୍ ସେହିଭଳି ବିଜୁ ଜନତା ଦଳର ଶେଷ ସମୟ ଆସିଗଲାଣି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ବିଜେଡି ସରକାର ବିଭିନ୍ନ ଉପାୟରେ ହଇରାଣ କରି ମୋତେ ଚପେଇ ଦେବାର ପ୍ରୟାସ ଜାରୀ ରଖିଛନ୍ତି । ଚକ୍ରାନ୍ତ କରି ମୋତେ ଫସାଇବା ପାଇଁ ଷଡଯନ୍ତ୍ର ରଚାଯାଉଛି । ବର୍ଷ ବର୍ଷ ପରେ ଏବେ ମୋ ବିରୁଦ୍ଧରେ ଥିବା ମାମଲାର ଚାର୍ଜସିଟ୍ ଦିଆଯାଉଛି । ମୁଁ ଦବିଯିବା ଲୋକ ନୁହେଁ ଏବଂ ସତ୍ୟକୁ ଲୋକଙ୍କ ସାମ୍ନାରେ ଆଣିବାର ସାହସ ରଖୁଛି । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଆସ୍ଥା ରହିଛି ଏବଂ ଅଦାଲତରେ ସତ୍ୟର ପର୍ଦ୍ଦାଫାସ ହେବ ବୋଲି ଶ୍ରୀ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ପବିତ୍ର ଦାଶ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର, ସିର୍ଦ୍ଧାଥ ପତି ପ୍ରମୁଖ ଉପସ୍ଥିତ ଥିଲେ ।
