Odisha news

ଫୁଲବାଣୀ ପୌରପରିଷଦ ରେ ସ୍ବଚ୍ଛ ସାଥି ଓ ଅନ୍ୟାନ୍ୟ କର୍ମୀ ମାନଙ୍କୁ ସାଇକେଲ ବଣ୍ଟନ

0

ଫୁଲବାଣୀ ୨।୩,ରାଜ୍ୟ ସରକାରଙ୍କ ଏଚ୍ ଏଣ୍ଡ୍ ୟୁଡି ଡିପାର୍ଟମେଣ୍ଟ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ସ୍ବଚ୍ଛତା କାର୍ଯ୍ୟ ରେ ନିୟୋଜିତ,ସୂପରଭାଇଜର,ସ୍ବଛସାଥି, ସ୍ବଛକର୍ମୀ ଓ ଜଳସାଥି ମାନଙ୍କୁ ସାଇକଲ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି କର୍ମଚାରୀ ମାନଙ୍କ କାର୍ଯ୍ୟ କୁ ପ୍ରସଂସା କରିଥିଲେ। ଏହି ଅବସରରେ ସେମାନଙ୍କୁ ଦିଆଯାଇଥିବା ସାଇକଲ୍ ର ଏକ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ସମଗ୍ର ରାଜ୍ୟରେ ଆଜି ସମୁଦାୟ ୮ ହଜାର କର୍ମୀଙ୍କୁ ସାଇକଲ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଫୁଲବାଣୀ ପୌରପରିଷଦ ପକ୍ଷରୁ ମଧ୍ଯ ଏକ ଭବ୍ୟ ଆୟୋଜନରେ ପୌରପରିଷଦର ସମୁଦାୟ ୫୬ ଜଣ ସ୍ବଚ୍ଛ ସାଥି,ସୂପରଭାଇଜର,ସ୍ବଛକର୍ମୀ ଓ ଜଳସାଥିଙ୍କୁ ମଧ୍ୟ ସାଇକଲ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯକ୍ରମର ସିଧାପ୍ରସାରଣ ଟିଭି ଜରିଆରେ ପ୍ରଦର୍ଶିତ ହେବା ପରେ, ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ସବୁଜ ପତାକା ଦେଖାଇ ସାଇକଲ ଶୋଭାଯାତ୍ରା କୁ ଉଦଘାଟନ କରିଥିଲେ। ଏହି ଅବସରରେ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା,ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରା,କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀ,ବାବୁଜାନ,ରମେଶ ଚନ୍ଦ୍ର ମହାନ୍ତି,ସୁଶ୍ରୀ ବିରଜା କହଁର,ସୁଶ୍ରୀ ମାଧବୀ ମିଶ୍ର,ସ୍ନେହଲତା ପ୍ରଧାନଙ୍କ ସମେତ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ପୌରପରିଷଦ ର କର୍ମଚାରୀ ମାନେ ସହଯୋଗ କରିଥିଲେ। ତେବେ ସାଇକଲ ଗ୍ରହଣ କରିଥିବା ସମସ୍ତ କର୍ମଚାରୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସାଇକେଲ ସେମାନଙ୍କ କାର୍ଯ୍ୟ ରେ ସହାୟକ ହେବ ବୋଲି କହିବା ସହ ସରକାରଙ୍କର ଏହି ସହାୟତା ପାଇଁ ପ୍ରସଂଶା କରିଥିଲେ।

Nalco
Leave A Reply