Odisha news

ପୋଲିସ ର ନିଷ୍କ୍ରିୟତା ବିରୁଦ୍ଧରେ ଭାଜପା ର ଧାରଣା ଓ ବିକ୍ଷୋଭ୍ ପ୍ରଦର୍ଶନ।

0

ନୂଆପଡ଼ା-୧୮/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଭାରତୀୟ ଜନତା ପାର୍ଟି, ନୂଆପଡା ଜିଲ୍ଲା,କୋମନା ବ୍ଲକ ର ତିନିଟି ମଣ୍ଡଳ ସୁନାଦେଇ,ପାତାଳେଶ୍ୱର ଓ ବଂଜାରୀ ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି  ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ କୋମନା ପୋଲିସର ନିଷ୍କ୍ରିୟତା ଓ ଅବହେଳା ବିରୁଦ୍ଧରେ ଥାନା ସମ୍ମୁଖରେ ଶହ ଶହ ବିଜେପିର କର୍ମକର୍ତ୍ତା,ନେତୃମଣ୍ଡଳୀ ଓ ମହିଳା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୧୪ ସେପ୍ଟେମ୍ବର ରାତିରେ ଠୁଟିବର ଗାଁ ର ଜଣେ ପେଷାଦାର ଅପରାଧୀ ଓ ଅସାମାଜିକ ଦୁର୍ବୃତ୍ତ ନିଳାମ୍ବର ସୁନା  ତାଙ୍କ ଗାଁ ର ଶରତ ସାହୁଙ୍କ ଘରକୁ ଯାଇ ଦଶ ହଜାର ଟଙ୍କା ବଟି ମାଗିଥିଲା, ଶ୍ରୀ ସାହୁ ମୁଁ ଗରିବ ଲୋକ କୋଉଠୁ ପାଇବି ବୋଲି କହିଲା ପରେ ଦେଶୀ ପିସ୍ତଲ ବାହାର କରି ଶ୍ରୀ ସାହୁ ଙ୍କୁ ଗୁଳି କରି ମାରିଦେବା ପାଇଁ ଗୁଳି ଫୁଟେଇ ଥିଲା।ଶ୍ରୀ ସାହୁ ଙ୍କୁ ବଞ୍ଚେଇବା ପାଇଁ ତାଙ୍କ ସ୍ତ୍ରୀ ସାମ୍ନା କୁ ଚାଲି ଆସିଲେ ଓ ଗୁଳି ମାଡ଼ରେ ସେଠାରେ ହିଁ ଟଳି ପଡିଲେ।

ଏହି କାଣ୍ଡ ଘଟି ମାସେ ଉପରେ ହେଲା ବର୍ତ୍ତମାନ ସୁଦ୍ଧା ପୋଲିସ ର ହାତ ଖାଲି ଅଛି ଓ ଅଭିଯୁକ୍ତ ଧରା ପଡିନି।ଅଭିଯୁକ୍ତ ଜଣେ ପେଷାଦାର ଅପରାଧୀ ଓ ଅନେକ ହତ୍ୟା, ଡକାୟତି କାଣ୍ଡରେ ଲିପ୍ତ ।ଏହି ଘଟଣା ପରେ ସନ୍ଧ୍ୟା ହେଲେ ଲୋକ ଡରି ଆଉ ଘରୁ ବାହାରୁ ନାହାନ୍ତି। ମୃତକ ଙ୍କ ପରିବାର ସହିତ ଗାଁ ର ଅନ୍ୟ ଦୁଇ ତିନିଟି ପରିବାର ଉକ୍ତ ଅପରାଧୀ ର ଟାର୍ଗେଟ ଓ ଧମକ ହେତୁ ଗାଁ  ଛାଡି ବାହାରେ ରହୁଛନ୍ତି। କୋମନା ରୁ ଲାଠୋର କୁ ସଂଯୋଗ କରୁଥିବା  ଘାଟି ରାସ୍ତା ଉକ୍ତ ଅପରାଧୀ ର ଦୌରାତ୍ମ୍ୟ ଓ ଅସାମାଜିକ କାର୍ଯ୍ୟକଳାପ ପାଇଁ ଭୟରେ ବନ୍ଦ ହୋଇଯାଇଛି। କୋମନା ଥାନା ଅଞ୍ଚଳରେ ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ବେଆଇନ ମଦ କୋଠି ଜରିଆରେ ମଦର ବନ୍ୟା ଚାଲିଛି। ସଟଟା ଓ ଜୁଆ ରେ ଅନେକ ଗରିବ ଲୋକ ସର୍ବସ୍ୱାନ୍ତ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଦାଦନ ସର୍ଦ୍ଦାର ମାନଙ୍କ ଦୌରାତ୍ମ୍ୟ ରେ ଶ୍ରମିକମାନେ ଅତିଷ୍ଠ ହୋଇଗଲେଣି। ରଜନା ପଞ୍ଚାୟତ୍ ଅଞ୍ଚଳରେ ସୋଲାର ବେଟେରୀ, ପେନାଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।

ସଟଟା ଓ ଜୁଆ ଖେଳ ପ୍ରବଳ ମାତ୍ରା ରେ ଚାଲିଛି।ରାଷ୍ଟ୍ରୀୟ ରାଜପଥ ୩୫୩ ଓ ବିଜୁ ଏକ୍ସପ୍ରେସ ୱେ ଦୁର୍ଘଟଣା ପାଇଁ ମରଣ ଯନ୍ତା ସାଜିଛି।ଦୁର୍ଘଟଣା ଘଟେଇ ଗାଡି ମାନେ ଫେରାର ହୋଇଯାଉଛି ଅଥଚ ଧରା ପଡୁନାହିଁ। ଏମିତି ଜନ ଜୀବନ ର ସୁରକ୍ଷା ପ୍ରସଙ୍ଗ ସବୁ କୁ ନେଇ ବିଜେପି ତରଫରୁ ଧାରଣା ଓ ବିକ୍ଷୋଭ ମାଧ୍ୟମରେ ଛଅ ଦଫା ଦାବିପତ୍ର ପୋଲିସ ମହାନିର୍ଦେଶକ ,କଟକ ଙ୍କ ଉଦ୍ଦେଶ୍ୟରେ ଏସଡିପିଓ ଶ୍ରୀ ପି କେ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଥିଲା।ଦାବିପତ୍ର ପ୍ରଦାନ ପରେ ଥାନା ରେ ଥାନାଧିକାରୀ ଗୌଡ଼ ବାବୁ,ଏସଡିପିଓ ଶ୍ରୀ ପି କେ ପଟ୍ଟନାୟକ ଙ୍କ ସହିତ ଏକ ଦଶ ଜଣ ପ୍ରତିନିଧି ମଣ୍ଡଳୀ  ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ପ୍ରାୟ ଏକ ଘଣ୍ଟା କାଳ ବିସ୍ତୃତ ଚର୍ଚ୍ଚା ଆଲୋଚନା କରିଥିଲେ।ଏସ୍ଡିପିଓ ଶ୍ରୀ ପଟ୍ଟନାୟକ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରାଯିବ,ମଦ, ସଟଟା,ଜୁଆ, କୋରେକ୍ସ ଉପରେ ନିୟନ୍ତ୍ରଣ ପାଇଁ ରଣ ନୀତି କରାଯାଉଛି, ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁନାଦେଇ ମଣ୍ଡଳ ସଭାପତି ବିକ୍ରମ ଆଡ଼ବଙ୍ଗ,ପାତାଳେଶ୍ୱର ମଣ୍ଡଳ ସଭାପତି ଚନ୍ଦନ ଠାକୁର,ଏସ ସି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ ,ସରୋଜ ମଲ୍ଲିକ,କରୁଣା ହୋତା,ଘନଶ୍ୟାମ କରୁଆ, ନିଲ ନାଗ,ଅଜୟ ସାହୁ,ପୂର୍ଣ୍ଣ ହଂସ, ପ୍ରବୀଣ ଭୋଇ,ଜୟଦେବ ହଂସ,କାର୍ତ୍ତିକ ନିଆଲ, ଜ୍ଞାନେଶ୍ୱର ଧରୁଆ,ଯୋଗେନ୍ଦ୍ର କରୁଆ,ବିଘନେଶ୍ୱର ନିଆଲ,ଦୟାରାମ ପ୍ରଧାନ,ବିପ୍ରା ବେମାଲ,ଦେବାନନ୍ଦ ମାଝୀ,ଇନ୍ଦ୍ରମଣି ସୁନା,ଶ୍ରମତୀ ଝରଣା ବୋଉକ, ଶ୍ରୀମତୀ ଗୀତା ଦୁରିଆ,ଶ୍ରୀମତୀ ପଙ୍କଜିନି ନାଏକ,ଶ୍ରୀମତୀ ପଙ୍କଜିନି ବାଗ,ଶ୍ରୀମତୀ ଲୀଳାବତୀ ପୋଢ଼, ଶ୍ରୀମତୀ ମିନା ମଲ୍ଲିକ, ପ୍ରମୁଖ ସାମିଲ ହୋଇଥିଲେ ଓ ବକ୍ତବ୍ୟ ରଖିବା ସହିତ ଆଲୋଚନା ରେ ଭାଗ ବେଇଥିଲେ।

Nalco
Leave A Reply