Odisha news

ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ଦିଆଯାଉ : ଇରାସୀସ

 ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କଲା ଯୁବମୋର୍ଚ୍ଚା
 ସରକାରୀ ନିଯୁକ୍ତିରେ ମେଧା ପରିବର୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି
 ବିଜେଡି ସରକାର ଯୁବପିଢୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛି
 ଅନେକ ଶିକ୍ଷିତଯୁବକ ଯୁବତୀଙ୍କ ଦକ୍ଷତା ଥାଇ ବି ସେ ଓଡିଶାରେ ଚାକିରୀ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି
 ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଚେର ଲୋକସେବା ଭବନର ତୃତୀୟ ମହଳା ଯାଏଁ ବ୍ୟାପିଛି
ଭୁବନେଶ୍ୱର, ତା.୦୩/୮ : ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ସରକାରୀ ନିଯୁକ୍ତିରେ ମେଧା ପରିବର୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି । ଓଡିଶା ସରକାରେ ମୋ ସରକାର ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି । ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସକଦଳର ନେତାଙ୍କୁ ସୁରକ୍ଷା ଦେଉଛି । ବିରଂଚୀ ସାହୁ କେତେ ପଇସା ନେଲେ, କେତେ ଫ୍ଲାଟ କିଣିଲେ, କେତେ ସୁନା କିଣିଲେ ସେକଥା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେଉଁ ସରକାରୀ ବାବୁମାନେ ସବୁ ପଇସା ଦେଇ କେଉଁ ଜାଗାରେ ଚାକିରୀ କରୁଛନ୍ତି ତାହାର ତଦନ୍ତ କରାଯାଉ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଦାବି କରିଛନ୍ତି ।
ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ସରକାର ଯୁବପିଢୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛି । ଟଙ୍କା ଦେଲେ ରାଜ୍ୟରେ ଚାକିରୀ ମିଳୁଛି । ଏହା ଫଳରେ ଅନେକ ଶିକ୍ଷିତଯୁବକ ଯୁବତୀଙ୍କ ଦକ୍ଷତା ଥାଇ ବି ସେ ଓଡିଶାରେ ଚାକିରୀ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ବିରଂଚୀ ସାହୁଙ୍କ ପଛରେ କେଉଁ କେଉଁ ଧଳା ହାତୀମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯାଉ । ଏହା ସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୃକ୍ତ କରାଯାଉ । ଏହି ଦୁର୍ନୀତିର ଚେର ଲୋକସେବା ଭବନର ତୃତୀୟ ମହଳା ଯାଏଁ ବ୍ୟାପିଥିବାରୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
ବିଜେପି ଯୁବୋମର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯଙ୍କ ଆହ୍ୱାନକ୍ରମେ ଓଡିଶାର ୭୩ରୁ ଅଧିକ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା । ଏହି ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ପ୍ରଭାରୀ ତଥା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । 

Ad2

Comments are closed.