ଭର୍ତୁହରି ମହତାବଙ୍କୁ ବିଜେଡି ଗୁରୁତ୍ୱ ନଦେବା ଏବଂ ସମ୍ବିଧାନ ଦିବସ ପାଇଁ ଥିବା ତାଙ୍କ ଯୋଗଦାନକୁ ସମ୍ମାନ ନଜଣାଇବା ପ୍ରସଙ୍ଗ ବବି ବାବୁଙ୍କ ପାଠ କମ୍ ବସ୍ତାନୀ ବଡ : କାଳନ୍ଦୀ ସାମଲ
ଓଡିଶା ସଂପର୍କରେ ଏବଂ ଓଡିଶାର ମହାପୁରୁଷଙ୍କ ସଂପର୍କରେ ବିବି ବାବୁଙ୍କ ଜ୍ଞାନ ଗାରିମା କମ୍ ଅଛି
ଯେଉଁମାନେ ଜାତି ଓ ଦେଶ ପାଇଁ କାମ କରିଛନ୍ତି , ତାଙ୍କୁ ସମ୍ମାନ କଲେ ବବି ଭାଇଙ୍କୁ କଷ୍ଟ ଲାଗୁଛି
କେବଳ ଭୋଟ ରାଜନୀତିରେ ବିଜେଡି ବିଶ୍ୱାସ କରେ
ଓଡିଆର ବୀରତ୍ୱ, ପରାକ୍ରମ ଓ ଓଡିଶାର ଇତିହାସକୁ ବିଶ୍ୱଦରବାରରେ ପହଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ବିଜେଡି ସାଂସଦ ଓ ବିଧାୟକଙ୍କ ଭରସା ନାହିଁ
ଭୁବନେଶ୍ୱର,ତା.୧୩/୦୪: ସମ୍ବିଧାନ ଦିବସ ପାଳନ ପଛରେ ବିଜେଡି ସାଂସଦ ଭର୍ତୁହରି ମହତାବଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଜେଡି ତାଙ୍କ ଦଳର ବରିଷ୍ଠ ସାଂସଦଙ୍କୁ ଗୁରୁତ୍ୱ ଦେଉନାହିଁ । ଏଭଳି ନିରାଟ ସତ୍ୟ କଥାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଟିକିଏ ବିବ୍ରତ ହୋଇପଡିଛନ୍ତି । ବବି ବାବୁଙ୍କ ପାଠ କମ୍ ବସ୍ତାନୀ ବଡ । ଓଡିଶା ସଂପର୍କରେ ଏବଂ ଓଡିଶାର ମହାପୁରୁଷଙ୍କ ସଂପର୍କରେ ତାଙ୍କର ଜ୍ଞାନ ଗାରିମା କମ୍ ଅଛି । ଯେଉଁମାନେ ଜାତି ଓ ଦେଶ ପାଇଁ କାମ କରିଛନ୍ତି , ତାଙ୍କୁ ସମ୍ମାନ କଲେ ବବି ଭାଇଙ୍କୁ କଷ୍ଟ ଲାଗୁଛି । ଏଭଳି ମନ୍ତବ୍ୟ ଦେଇ ସେ ତାଙ୍କର ଏବଂ ତାଙ୍କ ଦଳର ଗାରିମା ନଷ୍ଟ କରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ କହିଛନ୍ତି ।
ଓଡିଶାର ମହାପୁରୁଷଙ୍କୁ ବିଶ୍ୱଦରବାରରେ ପହଂଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ପ୍ରଚେଷ୍ଟା ଚଲାଇଛନ୍ତି । କିନ୍ତୁ ବିଜେଡି ଓଡିଶାର ସଂସ୍କୃତି, ଐତିହ୍ୟ ଓ ପଂରପଂରା ସଂପର୍କରେ ଚିନ୍ତା କରୁନାହାଁନ୍ତି । କେବଳ ଭୋଟ ରାଜନୀତିରେ ବିଜେଡି ବିଶ୍ୱାସ କରେ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଆର ବୀରତ୍ୱ , ପରାକ୍ରମ ଓ ଓଡିଶାର ଇତିହାସକୁ ବିଶ୍ୱଦରବାରରେ ପହଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଫିସର ଦ୍ୱାରା ଶାସନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ବିଜେଡି ସାଂସଦ ଓ ବିଧାୟକଙ୍କ ଭରସା ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
